Only for Entertainment

‘ସ୍ତ୍ରୀ’ର ସିକ୍ୱଲରେ ରାଜକୁମାର ରାଓଙ୍କୁ ରିପ୍ଲେସ କରିବେ କି ବରୁଣ ଧୱନ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

Latestly
23

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ ଗତ ବର୍ଷ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ହରର କମେଡି ଫିଲ୍ମ ଆଶା ଠାରୁ ଅଧିକ ଆୟ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହା ପରେ ଫିଲ୍ମର ସିକ୍ୱଲକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ଏବେ ଖବର ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମର ସିକ୍ୱଲ ତ ନିର୍ମାଣ ହେବ କିନ୍ତୁ ଫିଲ୍ମରେ ରାଜକୁମାରଙ୍କ ସ୍ଥାନରେ ଅଭିନେତା ବରୁଣ ଧୱନ ନଜର ଆସିବେ ।

stree

ରିପୋର୍ଟ ଅନୁସାରେ, ଫିଲ୍ମରେ ରାଜକୁମାରଙ୍କ ସ୍ଥାନରେ ମେକର୍ସ ବରୁଣ ଧୱନଙ୍କୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସ୍ତ୍ରୀ ଫିଲ୍ମରେ ଲିଜ ଆକ୍ଟର ଶ୍ରଦ୍ଧା କପୁର, ରାଜ କୁମାର ରାଓ, ପଙ୍କଜ ତ୍ରୀପାଠି କାମ କରିଥିଲେ । ଫିଲ୍ମର କାହାଣୀ ଏବଂ କଳାକାରଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବେ ଫ୍ୟାନ୍ସ ଏହାର ସିକ୍ୱଲକୁ ଅପେକ୍ଷା କରି ରହିଛନ୍ତି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଫିଲ୍ମ ନିର୍ମାତା ଅନେକ ଥର ବରୁଣଙ୍କ ସହିତ ସାକ୍ଷାତ କରିଛନ୍ତି । କିନ୍ତୁ ରାଜକୁମାର ଏବଂ ବରୁଣଙ୍କ ମଧ୍ୟରୁ କାହାକୁ ଫାଇନାଲ କରିବେ ତାହା ଏପର୍ଯ୍ୟନ୍ତ ନିର୍ଣ୍ଣୟ ନେଇ ନାହାଁନ୍ତି । ତେବେ ଦେଖାଯାଉ ମେକର୍ସ କାହାକୁ ଫିଲ୍ମରେ ନଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More