Only for Entertainment

ବରୁଣଙ୍କ ବିବାହ ପାଇଁ ବଦଳିଲା କି ‘ଷ୍ଟ୍ରିଟ ଡ୍ୟାନ୍ସର’ର ରିଲିଜ ଡେଟ ?

google
35

ଷ୍ଟ୍ରିଟ୍ ଡ୍ୟାନ୍ସର-୩ ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକମାନଙ୍କୁ ଏବେ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ । ଦୀର୍ଘ ଦିନରୁ  ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସରର ସୁଟିଂରେ ବ୍ୟସ୍ତ ଥିବା ବଲିଉଡ ଅଭିନେତା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ଜଣାଇଛନ୍ତି । ପ୍ରଥମେ ଏହି  ଫିଲ୍ମର ରିଲିଜ୍ ଡେଟ୍ ନଭେମ୍ବର ୮ଥିବା ବେଳେ ଏହା ଏବେ ଘୁଞ୍ଚାଯାଇ ଜାନୁଆରୀ ମାସରେ ହେବ ବୋଲି ଶୁଣିବାକୁ ମିଳୁଛି ।

ଏହି ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚାଇବାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ଫିଲ୍ମର ରିଲିଜ୍ ତାରିଖ ଏବେ ନଭେମ୍ବର ୮ ବଦଳରେ ଜାନୁଆରୀ ୨୪ ରଖାଯାଇଛି । ଶୁଣିବାକୁ ମିଳିଛି କି, ବରୁଣ ଓ ନତାଶାଙ୍କ ବିବାହକୁ ଆଖି ଆଗରେ ରଖି ଏହି ଫିଲ୍ମର ତାରିଖ ଘୁଞ୍ଚା ଯାଇଛି । କିନ୍ତୁ ଏ ବିଷୟରେ ବରୁଣ କିମ୍ବା ତାଙ୍କ ପିତା ଡେଭିଡ ଧୱନ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି ।

jpg

ଏହି ବିବାହର ପ୍ରସ୍ତୁତି ପ୍ରାୟ କିଛି ଦିନ ହେବ ଚାଲିଲାଣି । ବରୁଣ ଓ ନତାଶାଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଭାବେ ପ୍ରିୟଙ୍କା ଓ ନିକଙ୍କ ବିବାହ ଆୟୋଜନ କରିଥିବା ୱେଡିଂ ପ୍ଲାନରଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ବରୁଣ ଓ ନାତାଶା ମଧ୍ୟ ପ୍ରିୟଙ୍କା ଓ ନିକଙ୍କ ଭଳି ବିବାହ କରିବାକୁ ଚାହୁଁଛନ୍ତି । ଏହି କାରଣରୁ ତାଙ୍କ ପରିବାର ଲେକେ ମଧ୍ୟ ରାଜସ୍ଥାନର କିଛି ସ୍ଥାନ ବିଷୟରେ ଆଲୋଚନା କରୁଥିବାର ଚର୍ଚ୍ଚା ହେଉଛି । ଏହି ବିବାହ ତିନି ଦିନ ଧରି ହେବ ଓ ଏହା ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More