Only for Entertainment

ଟ୍ରେଲର ପୂର୍ବରୁ ସାମ୍ନାକୁ ଆସିଲା ଷ୍ଟୁଡେଂଟ ଅଫ ଦ ଇୟର ୨’ର କଳାକାରଙ୍କ ଲୁକ !

25

କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର୨’ର ଟ୍ରେଲର ୧୨ଅପ୍ରେଲରେ ରିଲିଜ ହେବ । ଏହି ଫିଲ୍ମରେ କାମ କରୁଥିବା ଷ୍ଟାର ଅନନ୍ୟା ପାଣ୍ଡେ , ତାରା ସୁତରିଆଙ୍କ ପାଇଁ ଏହି ଦିନ ଖୁବ ଖାସ ଅଟେ କାରଣ ଦୁହେଁ ଏହି ଫିଲ୍ମରେ ଏକାସହ ଏଂଟ୍ରି କରିବାକୁ ଯାଉଛନ୍ତି । ଟ୍ରେଲର ରିଲିଜ ହେବା ପୂର୍ବରୁ ଏହି ଦୁଇ କଳାକାରଙ୍କ ଫାଷ୍ଟ ଲୁକ ଜାରି କରାଯାଇଛି ।


କରଣ ଜୋହର ନିଜ ଫିଲ୍ମର ଏହି ତିନି କଳାକାରଙ୍କ ଇଂଟ୍ରୋଡକ୍ସନ ସହ ତିନୋଟି ନୁଆ ପୋଷ୍ଟର ଜାରି କରିଛନ୍ତି । ପ୍ରଇମ ପୋଷ୍ଟରରେ ଆକ୍ସନ ଲୁକରେ ଟାଇଗର ନଜର ଆସିଛନ୍ତି । ଫିଲ୍ମରେ ମଧ୍ୟ ତାଙ୍କ ନାଁ ଟାଇଗର ରହିଛି ।


କରଣ ଦ୍ୱିତୀୟ ପୋଷ୍ଟର ତାରା ସୁତରିଆଙ୍କ ଲୁକର ରିଲିଜ କରିଛନ୍ତି । ତାରା କରଣଙ୍କ ଫିଲ୍ମରେ ମିୟା ନାଁରେ ପରିଚିତ । ତାଙ୍କ ଗ୍ଲାମରସ ଲୁକ ଫଟୋରେ ନଜର ଆସିଛି । ତୃତୀୟ ପୋଷ୍ଟରରେ ଅନନ୍ୟା ନଜର ଆସିଛନ୍ତି । ଫିଲ୍ମରେ ତାଙ୍କ ନାଁ ରହିଛି ଶ୍ରେୟା ।


କରଣ ଜୋହର ଷ୍ଟୁଡେଂଟ ଅଫ ଦ ଇୟର ଆଲିୟା ଭଟ୍ଟ, ବରୁଣ ଧୱନ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ନେଇ ଲଂଚ କରିଥିଲେ । ଏହି ଫିଲ୍ମ ୧୦ମେ’ରେ ରିଲିଜ ହେବ , କେବଳ ଦେଖିବାକୁ ବାକି ରହିଲା ଯେ ଏହି ଫିଲ୍ମ ପ୍ୟାନ୍ସଙ୍କୁ କେତେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More