Only for Entertainment

ରିଲିଜ ହେଲା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ର ପ୍ରଥମ ମୋଶନ ପୋଷ୍ଟର, ଦେଖିବାକୁ ମିଳିଲା ୩ ଷ୍ଟାରର୍ସଙ୍କ ଭିନ୍ନ ଅନ୍ଦାଜ ।

Latestly
0 68

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ର ପ୍ରଥମ ମୋଶନ ପୋଷ୍ଟର ରିଲିଜ କରାଯାଇଛି । କରଣ ଜୋହର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି । କରଣ ଜୋହର ତିନୋଟି ମୋଶନ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରେ ଫିଲ୍ମର ୩ ଲିଡ କଳାକାର ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ ନଜର ଆସିଛନ୍ତି ।

#6monthstosoty2 #soty2 @tigerjackieshroff in the house! Releasing 23rd NOV 2018 !

A post shared by Karan Johar (@karanjohar) on


ଏହି ତିନୋଟି ପୋଷ୍ଟର ମଧ୍ୟରୁ ଲୋକେ ତାରାଙ୍କୁ ପୋଷ୍ଟରକୁ ଖୁବ ଲାଇକ କରିଛନ୍ତି । ଏହି ପୋଷ୍ଟରକୁ ୧୧ ଘଣ୍ଟାରେ ୨ ଲକ୍ଷରୁ ଅଧିକ ଲାଇକ ମିଳି ସାରିଛି । ତିନୋଟି ଯାକ ପୋଷ୍ଟରର ବ୍ୟାକଗ୍ରାଉଣ୍ଡ ସମାନ ରହିଥିବା ବେଳେ ଟାଇଗରଙ୍କ ଆଥଲେଟିକ ଅନ୍ଦାଜ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

 

ପୁନିତ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୩ରେ ରିଲିଜ ହେବ । ଏହି ଫିଲ୍ମ ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ଦ୍ୱିତୀୟ ପାର୍ଟ । ପ୍ରଥମ ପାର୍ଟରେ ବରୁଣ ଧୱନ, ସିଦ୍ଧାର୍ଥ ମଲହୋତ୍ରା, ଆଲିୟା ଭଟ୍ଟ, ଋଷି କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ସିରିଜ ଜରିଆରେ ଅନନ୍ୟା ଏବଂ ତାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More