Only for Entertainment

ସୋସିଆଲ ମିଡିଆରେ ଉଡିଲା ଷ୍ଟୁଡେଂଟ ଅଫ ଦ ଇୟର୨’ର ମଜାକ, ବନିଲା ଫନି ମିମ୍ସ !

24

ଫିଲ୍ମ ମେକର କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର୨’ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମ ଟ୍ରେଲରକୁ ସୋସିଆଲ ମିଡିଆରେ ଭଲ ରେସପନ୍ସ ମିଳିନାହିଁ । ଲୋକମାନେ ଫିଲ୍ମର କିଛି ସିନ୍ସକୁ ନେଇ ମିମ୍ସ ବନାଇ ଶେୟାର କରୁଛନ୍ତ । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ବନାଯାଇଥିବା ମିମ୍ସ ଖୁବ ଭାଇରାଲ ହେବାରେ ଲାଗିଛି ।

ଜଣେ ୟୁଜର ଏହି ଫିଲ୍ମର ଏକ ସିନକୁ ଶେୟାର କରି ଲେଖିଛନ୍ତି- ଯେତେବେଳେ ବଲିଉଡ ଟିକଟକ ସହ ମିଶିଯାଏ ।
ସେହିଭଳି ଆଉ ଜଣେ ୟୁଜର ୩ଇଡିଅଟ ସିନ ଶେୟାର କରିଛନ୍ତି ଏବଂ ଷ୍ଟୁଡେଂଟ ଅଫ ଦ ଇୟର୨ର ଟ୍ରେଲର ଦେଖିବା ପରେ ମୁଣ୍ଡରେ ଫିଲ୍ମ ଥିଏଟର ଦେଖିବାକୁ ଭାବିଲେ- ହିମ୍ମତ ଆୟେଗା? ଆୟେଗା?ଏହି ଭଳି ମଜାକିଆ ମିମ୍ସ ସବୁ ଦେଖିବାକୁ ମିଳୁଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ତାରା ସୁତରିୟା ଏବଂ ଅନନ୍ୟା ପାଣ୍ଡେ ବଲିଉଡରେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ଟାଇଗର ପୁଣିଥରେ ଆକ୍ସନ ଅବତାରରେ ନଜର ଆସିଛନ୍ତି । ଏହାକୁ ପୁନୀତ ମଲହୋତ୍ରା ନିର୍ଦ୍ଦେଶନା କରିଛନ୍ତି । ଏହି ଫିଲ୍ମ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟରର ଫ୍ରାଂଚାଇଜ ଅଟେ । ଫିଲ୍ମ ଆସନ୍ତା ମାସ ୧୦ମେ’ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More