Only for Entertainment

ଷ୍ଟୁଡେଂଟ ଅଫ ଦ ଇୟର୨’ଫିଲ୍ମର ପ୍ରଥମ ଗୀତ ‘ଜୱାନୀ’ ହେଲା ରିଲିଜ, ଆପଣ ଦେଖିଛନ୍ତି କି ?

32

ଷ୍ଟୁଡେଂଟ ଅଫ ଇୟର୨’ର ଟ୍ରେଲର ରିଲିଜ ହୋଇ ସାରିଲାଣି । ଫିଲ୍ମରେ ଟାଇଗର, ତାରା ସୁତରୀୟା ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ପ୍ରଥମ ଗୀତ ‘ଜୱାନୀ’ରିଲିଜ ହୋଇଛି । ଏହି ଗୀତ ଆରଡି ବରମନଙ୍କ ଗୀତ ଜୱାନୀ ହେ ଦିୱାନୀର ରିମିକ୍ସ ।

ଅନନ୍ୟା ଫଟୋ ଶେୟାର କରି ଲେଖିଛନ୍ତି ଯେ କଣ ଆପଣ ପୂରୁଣା ସ୍କୁଲକୁ ଅନୁଭବ କରି ପାରୁଛନ୍ତି ? ଦ ଜୱାନୀ ଗୀତ ଆଜି ରିଲିଜ ହୋଇଛି । ତେବେ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୧୦ମେ’ରେ ରିଲିଜ ହେବ । ଫିଲ୍ମରେ କରଣ ଜୋହର ଧର୍ମା ପ୍ରଡକ୍ସନ ପ୍ରଡ୍ୟୁସ କରୁଛନ୍ତି । ଟ୍ରେଲରରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ ଟାଇଗର, ଅନନ୍ୟା, ତାରାଙ୍କ ମଧ୍ୟରେ ତ୍ରିକୋଣୀୟ ଲଭର ମଧ୍ୟ ଝଲକ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More