Only for Entertainment

ବିଦ୍ୟୁତ୍‌ ନ ଥିବାରୁ ମହମ ଓ ଟର୍ଚ ଲଗାଇ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ !

indiatimes
21

ଜମ୍ମୁ-କଶ୍ମୀରରେ କେବଳ ସୀମା ପାରି, ପଥରମାଡ଼ ବା ଆତଙ୍କବାଦ ପରି ସମସ୍ୟା ନାହିଁ, ବରଂ ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତଭୂମି କ୍ଷେତ୍ରରେ ମଧ୍ୟ ଏହା ବେଶ୍‌ ପଛରେ। ଜମ୍ମୁ-କଶ୍ମୀରର ପିଲାଏ କିପରି ପରିସ୍ଥିତିରେ ପାଠ ପଢ଼ି ନିଜ ଭବିଷ୍ୟତ ପାଇଁ ସଂଘର୍ଷ କରୁଛନ୍ତି ଦିଆଯାଇଥିବା ଫଟୋଟିରେ ତାହାର ଚିତ୍ର ସ୍ପଷ୍ଟ ଦେଖି ହେଉଛି। ସ୍କୁଲ୍‌ରେ ବିଦ୍ୟୁତ୍‌ ନଥିବା ହେତୁ ମହମବତୀ ଓ ଟର୍ଚ ଆଲୁଅରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ!ନିକଟରେ ମହମବତୀ ଓ ଟର୍ଚ ଆଲୁଅରେ ପିଲାମାନେ ପରୀକ୍ଷା ଦେଉଥିବା ସମୟର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

କେବଳ ସେତିକି ନୁହେଁ, ଅନେକ ଛାତ୍ର ସ୍କୁଲ୍‌ ଯିବା ଆଗରୁ ହିଁ ନିଜ ପାଠ ବସ୍ତାନିରେ ଡୋରି ବାନ୍ଧି ଦେଉଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ହେତୁ ରାସ୍ତାରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଫଳରେ ଅନେକ ପିଲା ସ୍କୁଲ୍‌ ନଯାଇ ଘରେ ରହିଯିବାକୁ ଉତ୍ତମ ମଣୁଛନ୍ତି। ବିଶେଷ କରି ସୀମାନ୍ତରେ ରହୁଥିବା ଛାତ୍ରଛାତ୍ରୀମାନେ ଏପରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ତୁଷାରପାତ ସହିତ ନିମ୍ନ ତାପମାତ୍ର ହେତୁ ସଂପୃକ୍ତ ଅଞ୍ଚଳରେ ଜଣେ ୯ ବର୍ଷୀୟା ନାବାଳିକାର ନିକଟରେ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୭୦୦ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଫଟୋରେ ଦୃଶ୍ୟମାନ ହେଉଥିବା ଦୟନୀୟ ଦୃଶ୍ୟଟି ହେଉଛି କୁପଓ୍ଵାରାରେ ଥିବା ଏକ ପରୀକ୍ଷା ସେଣ୍ଟର୍‌ର। ଏହି ପରୀକ୍ଷା ସେଣ୍ଟର୍‌ରେ ଦଶମ ଓ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜଣେ ଛାତ୍ରୀଙ୍କ କହିବା ମୁତାବକ ସେଠାରେ ପରୀକ୍ଷା ଦେବା ପାଇଁ ଯାହା ସବୁ ପ୍ରସ୍ତୁତି ଦରକାର ତାହା କିଛି ବି ନାହିଁ। ଏପଟେ ପ୍ରବଳ ଥଣ୍ଡା ହେତୁ ଝରକା କବାଟ ବନ୍ଦ କରିବାକୁ ଚିନ୍ତା କରାଯାଉଥିବା ବେଳେ ସେପଟେ ବିଦ୍ୟୁତ୍‌ ନଥିବା ହେତୁ ପ୍ରାକୃତିକ ଆଲୁଅ ପାଇଁ ଝରକା, କବାଟ ଖୋଲା ରଖିବା ବାଧ୍ୟତାମୂଳକ ହୋଇପଡୁଛି। ଠିକ୍‌ ଭାବେ ଆଲୋକ ପଡୁନଥିବା ସ୍ଥାନରେ ପିଲାମାନଙ୍କୁ ଶିକ୍ଷକମାନେ ଟର୍ଟ ଆଲୁଅ ଦେଇଥିବା ଦେଖିବାକୁ ମିଳିଛି। ଶିକ୍ଷକମାନେ ନିଜ ଟଙ୍କାରୁ ମହମବତୀ ଆଣି ପରୀକ୍ଷା ଚାଲିଥିବା ସମୟରେ ଲଗାଇଛନ୍ତି। ଏହାଛଡ଼ା ଅତ୍ୟନ୍ତ ଆବଶ୍ୟକ କ୍ଷେତ୍ରରେ ପିଲାମାନେ ନିଜ ମୋବାଇଲ୍‌ର ଟର୍ଚ ଲଗାଇ ପରୀକ୍ଷା ଦିଅନ୍ତୁ ବୋଲି ଅନୁମତି ମଧ୍ୟ ମିଳିିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More