Only for Entertainment

କାହିଁକି ଲୋକ କଫି ଏବଂ ମଦ ପିଇବାକୁ ପସନ୍ଦ କରନ୍ତି

pinkvilla
64

ଯଦି ଆପଣ କଫି କିମ୍ବା ମଦ ପିଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ଇଛା ଉପରେ ନିର୍ଭର କରେ, ସ୍ୱାଦ ଯାହା ମଧ୍ୟ ହୋଇଥାଉ । ଏହାକୁ ନେଇ ରିସର୍ଚରେ ବିଭିନ୍ନ ତଥ୍ୟ ଉଲ୍ଲେଖ ରହିଛି । ଏହା ଲୋକ ମାନଙ୍କ ଇଛା ଏବଂ ଡାଇଟ ଉପରେ ନିର୍ଭର କରେ ।

ନର୍ଦେନ ୟୁନିଭର୍ସିଟି ଫିନବର୍ଗ ସ୍କୁଲ ଅଫ ମେଡିସିନର ପ୍ରୋଫେସର ମର୍ଲିନ କର୍ଣ୍ଣେଲିସଙ୍କ କହିବା ଅନୁସାରେ ସ୍ୱାଦ ପାଇଁ ବ୍ୟକ୍ତି କଫି କିମ୍ବା ଆଲକହଲ ପିଅନ୍ତି ନାହିଁ, ଏହା ତାଙ୍କର ଫିଲିଙ୍ଗ୍ସ ଉପରେ ନିର୍ଭର କରେ । ତେଣୁ ମେସାନେ ଏହାକୁ ପିଅନ୍ତି । ଏହା ଏକ ସାଇକୋଆକ୍ଟିଭ ପ୍ରଡକ୍ଟ ଯାହା ବ୍ୟକ୍ତିର ଅନୁଭବ, ଇଛା ଏବଂ ବ୍ୟବହାରକୁ ପ୍ରଭାବିତ କରେ ।

ଗବେଷଣାରେ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ କଷାଯୁକ୍ତ ଏବଂ ଗୋଟିଏ ମିଠା ଯୁକ୍ତ । କଷା ଯୁକ୍ତ ପାନୀୟରେ ଚା, କଫି,ଅଙ୍ଗୁର ରସ,ବିଅର,ରେଡ ୱାଇନ ଏବଂ ଲିକ୍ୱର ଅନ୍ତର୍ଭୁକ୍ତ । ୩,୩୬,୦୦୦ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ଜଣାଗଲାଯେ ବ୍ୟକ୍ତି ଯାହା ପିଏ ତାହା ତାହାର ଅନୁଭବ ଉପରେ ନିର୍ଭର କରେ । ଏହା ଦ୍ୱାରା ଏକ ଭିନ୍ନ ଫିଲିଙ୍ଗସ ଆସେ, ତେଣୁ କଷା ଯୁକ୍ତ ପାନୀୟ ଅଧିକ ପିଇବାକୁ ସମସ୍ତେ ପସନ୍ଦ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More