Only for Entertainment

ଆନ୍ତର୍ଜାତୀୟ ମହିଳା ଦିବସ : ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Sudarsan Pattnaik twitter post
39

ଆଜି ଅର୍ଥାତ ୮ ମାର୍ଚ୍ଚକୁ ପୂରା ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ନାରୀ ମାନଙ୍କୁ ସମ୍ନାନ ଜଣାଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ସ୍ୟାଣ୍ଡ ଆର୍ଟ ଜରିଆରେ ସୁଦର୍ଶନ ନାରୀର ବିଭିନ୍ନ ପର୍ଯ୍ୟାୟକୁ ଦର୍ଶାଇଛନ୍ତି । ଏହା ସହିତ ସେ ଏକ ସୁନ୍ଦର ମେସେଜ ମଧ୍ୟ ଦେଇଛନ୍ତି ।

ସୁଦର୍ଶନ ସ୍ୟାଣ୍ଡ ଆର୍ଟ ନିର୍ମାଣ କରିବା ସହିତ ଲେଖିଥିଲେ,“Think equal, Built smart, Innovate for change” ଏବଂ ଏହା ସହ ମହିଳା ଦିବସର ଶୁଭେଚ୍ଚା ମଧ୍ୟ ଜଣାଇଛନ୍ତି । ଏହି ସ୍ୟାଣ୍ଡ ଆର୍ଟର ଫଟୋକୁ ସେ ନିଜ ଟ୍ୱିଟର ପେଜରେ ମଧ୍ୟ ସେୟାର କରିଛନ୍ତି । ଏହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ଏହା ପୂର୍ବରୁ ସୂୁଦର୍ଶନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭାରତ ଫେରିବାକୁ ନେଇ ସ୍ୟାଣ୍ଡ ଆର୍ଟ ନିର୍ମାଣ କରିଥିଲେ । ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More