Only for Entertainment

ବାଲୁକାରେ କାରୁକାର୍ଯ୍ୟ, ପ୍ରଶଂସାରେ ମୋଦି, ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେତ୍ସା

twitter
46

ଆଜି ସାରା ଦେଶରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଶୁଭେତ୍ସାର ସୁଅ ଛୁଟୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେତ୍ସା ଏବଂ ଶୁଭକାମନା ଜଣାଇ ଆଗାମୀ ଭାରତର ଶୁଭ ମନାସୁଛନ୍ତି । ଏତେ ଶୁଭାକାଂକ୍ଷୀଙ୍କ ମଧ୍ୟରୁ କିଭଳି ବାଦ୍ ପଡ଼ିବେ ଆମ ଓଡ଼ିଶାର ସୁନା ପୁଅ ବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ? ପର୍ବ ପର୍ବାଣି ହେଉ ବା ଜନ୍ମଦିନ ବା ଅନ୍ୟ କୌଣସି ଉତ୍ସବ, ନିଜ ବାଲୁକା କଳାରେ ସୁନ୍ଦର ଛବି ଆଙ୍କି ମନ ମୋହି ନିଅନ୍ତି ସୁଦର୍ଶନ । ନିକଟରେ ଅକ୍ଷୟ କୁମାରଙ୍କ ଜନ୍ମଦିନରେ ମଧ୍ୟ ଖିଲାଡ଼ୀ କୁମାରଙ୍କୁ ସେହିଭଳି କିଛି ଉପହାର ଦେଇଥିଲେ, ଯେଉଁଥିପାଇଁ ଧନ୍ୟବାଦ ଜଣାଇଥିଲେ ଅକ୍ଷୟ କୁମାର । ଆଜି ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏକ ସୁନ୍ଦର ବାଳୁକା ଛବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି ସୁଦର୍ଶନ । ତାଙ୍କର ଏଭଳି ଉପାୟକୁ ବେଶ୍ ପ୍ରଶଂସା କରାଯାଉଛି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More