Only for Entertainment

ମକର ସଂକ୍ରାନ୍ତିରେ ପୁରୀ ବେଳାଭୂମିରେ ଶୁଭେତ୍ସା ଜଣାଇଲେ ସୁଦର୍ଶନ ପଟ୍ଟନାୟକ ।

ollybolly
31

ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯାଉଛି । ତେବେ ମକର ସଂକ୍ରାନ୍ତିରେ ମକର ଚାଉଳର ମଜା ଖୁବ ନିଆରା । କେବଳ ମକର ଚାଉଳ କାହିଁକି ଗୁଡ଼ି ଉଡ଼ାଇବା ଭଳି ନିଆରା ପର୍ବ ମଧ୍ୟ ଖୁବ ଭିନ୍ନ । ଯେଉଁଥିରେ ମତୁଆଲା ହୁଅନ୍ତି ସମସ୍ତେ । କେବଳ ଛୋଟ ପିଲା ନୁହଁନ୍ତି ବୟସ୍କ ମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ କ୍ରେଜ ବଢିଯାଏ । ଆପଣ ମଧ୍ୟ ଏହା ମଧ୍ୟରେ ନିଶ୍ଚୟ ସାମିଲ ଥିବେ ।

ବାସ୍ତବରେ ଆଜି ମଧ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ମକର ସଂକ୍ରାନ୍ତିକୁ ଖୁବ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି ଏବଂ ଶୁଭେତ୍ସା ଜଣାଇଛନ୍ତି, ଯାହା ନିହାତି ଭାବରେ ଆକର୍ଷଣୀୟ ଏବଂ ମନଲୋଭା । ଏହା ପୂର୍ବରୁ ମଧ୍ୟ ଖ୍ରୀଷ୍ଟମାସ ଉପଲକ୍ଷେ ସୁଦର୍ଶନ ଏକ ବିରାଟକାୟ ସାଂଟା କରି ଶୁଭେତ୍ସା ଜଣାଇଥିଲେ । ତେବେ ଆଜି ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଶୁଭେତ୍ସା ଜଣାଇବାର ଅନ୍ଦାଜ ସମସ୍ତଙ୍କୁ ନିହାତି ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More