Only for Entertainment

ଆଗକୁ ବଢିଲା ‘ଦାସଦେବ’ର ରିଲିଜ ଡେଟ, ଜାଣନ୍ତୁ କାହିଁକି

LiveNews
0 37

ସୁଧୀର ମିଶ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଦାସଦେବ’ର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ବର୍ତ୍ତମାନ ଏହାର ରିଲିଜ ଡେଟକୁ ବଢାଇ ୨୭ ଏପ୍ରିଲ ୨୦୧୮ ରଖାଯାଇଛି । ଅନେକ ଫିଲ୍ମ ଏକା ସହିତ ରିଲିଜ ହେବା କାରଣରୁ ଏହାର ରିଲିଜ ଡେଟକୁ ଆଗକୁ ବଢାଯାଇଥିବା ସୂଚନା ମିଳିଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଓମଟା’, ‘ବିୟଣ୍ଡ ଦ କ୍ଲାଉଡସ୍’ , ‘ନାନୁ କି ଜାନୁ’, ଏବଂ ‘ହାଇ ୱେ’ ମଧ୍ୟରେ ସୁଧୀର ମିଶ୍ରା ନିଜ ଫିଲ୍ମ ‘ଦାସ ଦେବ’କୁ ରିଲିଜ କରିବା ପାଇଁ ଚାହୁଁନାହାନ୍ତି । ସେ ଫିଲ୍ମକୁ କ୍ଲିନ ୱିଣ୍ଡୋରେ ରିଲିଜ କରିବା ପାଇଁ ଚାହୁଁଛନ୍ତି । ଏହି କାରଣରୁ ସେ ଫିଲ୍ମର ରିଲିଜ ଡେଟକୁ ବଦଳାଇଥିବା ଖବର ଆସିଛି ।

dasdev

ଗ୍ୟାଙ୍ଗସ୍ ଅଫ ୱାସେପୁର ଏବଂ ଫୁକରେ ସିରିଜରେ ଜବଦସ୍ତ ଅଭିନୟ କରିବା ପରେ ରିଚା ଚଡ୍ଡା ପୁଣିଥରେ ‘ଦାସଦେବ’ରେ ଭିନ୍ନ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ରିଚାଙ୍କୁ ‘ପାରୋ’ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମ ‘ଦେବଦାସ’ ଫିଲ୍ମର ଆଧୁନିକ ଭର୍ସନ । ଏହି ଫିଲ୍ମରେ ରାଜନୀତିର ପ୍ରୟୋଗ ଦେଖିବାକୁ ମିଳିବ । ଫିଲ୍ମରେ ରିଚାଙ୍କ ବିପକ୍ଷରେ ରାହୁଲ ଭଟ୍ଟ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଆଦିତି ରାଓ ହାଇଦରୀ, ବିନିତ କୁମାର ଏବଂ ସୌରଭ ଶୁକ୍ଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More