Only for Entertainment

ଆତ୍ମହତ୍ୟା ରୋକିବ ଆଣ୍ଟି ସୁଇସାଇଡ ସିଲିଂ ଫ୍ୟାନ୍‌ !

Undark
37

ସିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରୁଥିବାର ଅନେକ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଜବଲପୁରର ଜଣେ କାର୍ଡିଓଲଜିଷ୍ଟ ନିଜର କଠିନ ପରିଶ୍ରମ ବଳରେ ଏହି ସଙ୍କଟର ସମାଧାନ ବାହାର କରିଛନ୍ତି। ସେ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ଯନ୍ତ୍ରର ଆବିଷ୍କାର କରିଛନ୍ତି। କେବଳ ସେତିକି ନୁହେଁ ଏହାର ପ୍ୟାଣ୍ଟେଟ ବି କରିଛନ୍ତି।

ମଧ୍ୟପ୍ରଦେଶ ଜବଲପୁରର କାର୍ଡିଓଲଜିଷ୍ଟ ଡାକ୍ତର ଆରଏସ୍‌ ଶର୍ମାଙ୍କୁ ତାଙ୍କର ଏହି ଅବିଷ୍କାର ପାଇଁ ୬ବର୍ଷ ସମୟ ଲାଗିଛି। ଦୀର୍ଘ ୬ବର୍ଷ ପରେ ଯାଇ ତାଙ୍କୁ ଏହି ସଫଳତା ମିଳିଛି। ଗତ ଅଗଷ୍ଟ ୧କୁ ତାଙ୍କୁ ସୁସାଇଡ ପ୍ରୁଫ୍‌ ଫ୍ୟାନ୍‌ର ଇଣ୍ଟେଲେକ୍‌ଚୁଅଲ ପ୍ରପର୍ଟି ରାଇଟ୍ ଆଧାରରେ ପ୍ୟାଣ୍ଟେଟ ମିଳିଛି।

ଡାକ୍ତର ଆରଏସ୍‌ ଶର୍ମା କହନ୍ତି, ତାଙ୍କ ପଡ଼ିଶା ଘରେ ରହୁଥିବା ଜଣେ କିଶୋର ଦ୍ୱାଦଶ ଶ୍ରେଣୀରେ ଫେଲ ହେବା ପରେ ସେ ଆତ୍ମହତ୍ୟା କରି ଦେଇଥିଲା। ଏହାପରେ ତାର ପିତା ସିଲିଂ ଫ୍ୟାନ୍‌ ବାହାର କରି ଟେବୁଲ ଫ୍ୟାନ୍‌ ଲଗାଇ ଥିଲେ। ଏମିତି ଅନେକ ଘଟଣା ଶୁଣିବା ପରେ ସେ ଏଭଳି ଫ୍ୟାନ୍‌ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More