Only for Entertainment

ଅଭିନେତ୍ରୀ ସୁଜାତା କୁମାରଙ୍କ ନିଧନ, ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହିତ ଆସିଥିଲେ ନଜର ।

India
0 41

ବଲିଉଡ ଅଭିନେତ୍ରୀ ସୁଜାତା କୁମାରଙ୍କ ନିଧନ ହୋଇଯାଇଛି । ସୁଜାତା ଲମ୍ବା ସମୟରୁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁଜାତାଙ୍କ ଭଉଣୀ ସୁଚିତ୍ରା କୃଷ୍ଣମୂର୍ତ୍ତି ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ଟ୍ୱିଟ କରି ସେ କହିଥିଲେ, ୧୯ ଅଗଷ୍ଟ ୨୦୧୮ ରାତି ୧୧.୨୬ରେ ସୁଜାତା ଦୁନିଆକୁ ଅଲବିଦା କହିଛନ୍ତି ।

ସୂଚନା ଅନୁସାରେ ସୁଜାତା metastatic କ୍ୟାନସରରେ ପୀଡିତ ଥିଲେ ଏବଂ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର କ୍ୟାନସର ୪ର୍ଥ ପର୍ଯ୍ୟାୟରେ ପହଁଚିଯାଇଥିଲା । ସୁଜାତାଙ୍କର ଅନେକ ଅରଗାନ ଫେଲ ମଧ୍ୟ ହୋଇଯାଇଥିଲା ।


ସୁଚିତ୍ରା ଏହା ମଧ୍ୟ ଟ୍ୱିଟ କରି ଲେଖିଥିଲେ ଯେ ଲାଇଫ ପୂର୍ବ ଭଳି ଆଉ ହୋଇପାରିବ ନାହିଁ । ୨୦ ଅଗଷ୍ଟ ସକାଳ ୧୧ ସମୟରେ ଜୁହୁର ବିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । କିନ୍ତୁ ପରେ ସେ ଏହି ଟ୍ୱିଟକୁ ଡିଲିଟ କରିଦେଇଥିଲେ ।

କହିରଖୁଛୁ ଯେ, ସୁଜାତା ଫିଲ୍ମ ‘ଇଂଲିସ ଭିଂଲିସ’ରେ ଶ୍ରୀଦେବୀଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ । ଏହା ପରେ ତାଙ୍କ ପାଖକୁ ଅନେକ ଭଲ ପ୍ରୋଜେକ୍ଟ ଆସିଥିଲା । ସେ ‘ରାଞ୍ଝଣା’, ‘ଗୋରି ତେରେ ପ୍ୟାର ମେଁ’ ପରି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏବା ବ୍ୟତିତ ସେ ଅନେକ ଟିଭି ଶୋରେ ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More