Only for Entertainment

ରାଜସ୍ଥାନ ଝିଅ ସୁମନ ରାଓ ଜିତିଲେ ଫେମିନା ମିସ ଇଣ୍ଡିଆ ୨୦୧୯ର ଟାଇଟଲ

Patrika
26

ରାଜସ୍ଥାନର ସୁମନ ରାଓ ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଅଧିକାରୀ ହୋଇଛନ୍ତି । ଏଥିସହିତ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ସୁମନ ବିଜେତା ହୋଇଛନ୍ତି । ୨୨ ବର୍ଷୀୟା ସୁମନ, ଅନୁକୃତି ବାସଙ୍କ ପରେ ଏହି ଟାଇଟଲ ଅର୍ଜ୍ଜନ କରିଛନ୍ତି ।

ସୁମନ ତାଙ୍କ ମାତାପିତାଙ୍କ ଦ୍ୱାରା ପ୍ରଭାବିତ । ଏହି ଟାଇଟଲ ବିଜୟୀ ହେବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି। ଆଗାମୀ ଦିନରେ ସେ ମିସ୍ ୱାର୍ଲଡ୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁମନ ଚାଟାର୍ଡ ଆକାଉଣ୍ଟାଟ ପାଇଁ ପ୍ରସ୍ତୁତି କରୁଛନ୍ତି ଏଥିସହିତ ସେ ଗତବର୍ଷ ସୁମନ ରନର୍ସ ଅପ ହୋଇଥିଲେ।

ମୁମ୍ବାଇର ସରଦ୍ଦାର ବଲ୍ଲଭ ଭାଇ ପଟେଲ ଇନଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବଲିଉଡ ଷ୍ଟାର କ୍ୟାଟ୍ରିନା କେଫ, ବକ୍କି କୌଶଲ, ମୋନୀ ରାୟ ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂହ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More