Only for Entertainment

କ’ଣ ପାଇଁ ତାଇୱାନର ଏହି ହ୍ରଦକୁ କହାଯାଏ ‘ସନ ମୁନ ଲେକ୍’ ? ଜାଣନ୍ତୁ କାରଣ

askmen
0 47

ତାଇୱାନ ଏପରି ଏକ ବିଦେଶୀ ସହର ଯାହା ବଡ ବଡ କୋଠା ସହିତ ପ୍ରାକୃତିକ ସୁନ୍ଦରତା ପାଇଁ ପୁରା ଦୁନିଆରେ ବେଶ ପରିଚିତ । ଏହାର ଇତିହାସ ମଧ୍ୟ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ । ଏହି କାରଣରୁ ଏହି ଦେଶକୁ ‘ହାର୍ଟ ଅଫ ଏସିଆ’ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ତାଇୱାନର ଏପରି ଏକ ହ୍ରଦ ବିଷୟରେ ଯାହାକୁ ଦେଖିବା ପାଇଁ ଦୂର ଦୂରାନ୍ତରରୁ ପର୍ଯ୍ୟଟକ ସେଠାକୁ ଆସିଥାନ୍ତି ।

sun moon lake2-ll

ଏହି ହ୍ରଦ ତାଇୱାନର ସବୁଠାରୁ ବଡ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହ୍ରଦ । ହ୍ରଦର ଚାରି ପାଖରେ କେବଳ ପାହାଡ ହିଁ ନଜର ଆସିଥାଏ । ଏହା ଦେଖିବାକୁ ଏତେ ସୁନ୍ଦର ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବିବେ ଏହା କ’ଣ ସତରେ ଅବସ୍ଥିତ ନା ଏହା କାଳ୍ପନିକ ।

sun-moon-lake-1

ଏହି ହ୍ରଦକୁ ଯଦି ଆପଣ ପୂର୍ବ ଦିଗରୁ ଦେଖିବେ ତେବେ ଏହା ଆପଣଙ୍କୁ ସୂର୍ଯ୍ୟର ଆକାର ପରି ଦେଖାଯିବ । ସେହିପରି ଏହି ହ୍ରଦକୁ ପଶ୍ଚିମ ଦିଗରୁ ଦେଖିଲେ ଏହା ଅର୍ଦ୍ଧ ଚନ୍ଦ୍ରର ଆକାର ପରି ଦେଖାଯିବ । ଏହି କାରଣରୁ ହ୍ରଦର ନାମ ଦିଆଯାଇଛି ‘ସନ ମୁନ ଲେକ’ ।

sun-moon-lake-3-ll

ଅନେକ ନବଦମ୍ପତି ଏହି ସ୍ଥାନକୁ ହନିମୁନରେ ଯାଇଥାନ୍ତି । ଜୀବନର ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସ୍ଥାନ । ଏହି କାରଣରୁ ଏହି ହ୍ରଦକୁ ହନିମୁନ ଲେକ୍ ଏବଂ ଲଭର୍ସ ଲେକ୍ ମଧ୍ୟ କୁହାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More