Only for Entertainment

ସୁନିଧି ଚୌହାନ ୪ ମାସ ପରେ ପ୍ରଥମଥର ପାଇଁ ସେୟାର କରିଲେ ପୁଅର ଫଟୋ, କ୍ୟୁଟ ଅନ୍ଦାଜରେ ଆସିଲେ ନଜର

zee news
0 57

ବଲିଉଡର ପପୁଲାର ସିଙ୍ଗର ସୁନିଧି ଚୌହାନ ନିକଟରେ ନିଜ ପୁଅଙ୍କ ପ୍ରଥମ ଫଟୋ ସେୟାର କରିଛନ୍ତି । ସୁନିଧି ୧ ଜାନୁଆରୀ ୨୦୧୮ରେ ପୁଅକୁ ଜନ୍ମ ଦେଇଥିଲେ । ଏହାର ଚାରି ମାସ ପରେ ସୁନିଧି ନିଜ ପୁଅଙ୍କ ଫଟୋ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି । ଫଟୋରେ ମା ଏବଂ ପୁଅ ଯୋଡି ଖୁବ ସୁନ୍ଦର ଲାଗୁଛନ୍ତି ।

ଫଟୋରେ ସୁନିଧି ବ୍ଲାକ ଏବଂ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ତାଙ୍କ ପୁଅ କ୍ୟୁଟ ପୋଜ ଦେଉଥିବା ନଜର ଆସୁଛନ୍ତି । ଏହି ଫଟୋକୁ ଫ୍ୟାନମାନେ ଖୁବ ପସନ୍ଦ ଆସିଛନ୍ତି । ଫଟୋକୁ କିଛି ଘଣ୍ଟା ମଧ୍ୟରେ ୮୩ ହଜାରୁ ଅଧିକ ଲାଇକ ମିଳି ସାରିଛି ।

Ready for my first gig as a Mom!

A post shared by Sunidhi Chauhan (@sunidhichauhan5) on

ଆପଣଙ୍କୁ କହିରଖୁଛୁ ଯେ ସୁନିଧି ନିଜର ପ୍ରେଗ୍ନେସିଂ ସମୟରେ ଆମାଜୋନ ପ୍ରାଇମ ରିୟଲିଟି ଶୋ’ ଦ ରିମିକ୍ସକୁ ଜଜ କରିଥିଲେ । ସୁନିଧିଙ୍କ ଏହି ଶୋ’ ମଧ୍ୟ ଖୁବ ହିଟ ହୋଇଥିଲା । ସୁନିଧି ନିଜ କ୍ୟାରିୟର ଆରମ୍ଭ ଖୁବ ଛୋଟ ବୟସରୁ କରିଥିଲେ । ଦୂରଦର୍ଶନର ଶୋ’ ମେରି ଆବାଜ ଶୁନୋରୁ ଜିତି ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିବା ସୁନିଧି ଏବେ ବଲିଉଡରେ ଅନେକ ଗୀତ ଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More