Only for Entertainment

ରିଆଲିଟି ଶୋ ଜିତି ସିଙ୍ଗର ହୋଇଥିଲେ , ୧୮ବର୍ଷରେ କରିଥିଲେ ବିବାହ !

0 55

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀଙ୍କ ମଧ୍ୟରୁ ସୁନିଧି ଚୌହାନ ନିଜର ନିଆରା ଗାୟକି ପାଇଁ ପରିଚିତ । ଖୁବ କମ ବୟସରୁ ସିଙ୍ଗିଙ୍ଗରେ କ୍ୟାରିଅର ଆରମ୍ଭ କରିଥିବା ସୁନିଧି ଚୌହାନ ଜୀବନରେ ଖୁବ ବାଧାବିଘ୍ନ ଦେଖିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଖାସ କଥା –
ସୁନିଧି ଚୌହାନଙ୍କ ଜନ୍ମ ୧୪ଅଗଷ୍ଟ ୧୯୮୩ରେ ଦିଲ୍ଲୀରେ ହୋଇଥିଲା । ସୁନିଧି ହିନ୍ଦୀ ବ୍ୟତୀତ ଓଡିଆ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ଇଂରାଜୀ, ପଂଜାବୀ, ତାମିଲ, ନେପାଲି, ମାଲୟାଲାମ, ବେଙ୍ଗଲୀ, ଆସାମୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସୁନିଧି ଏକ ସାମାନ୍ୟ ପରିବାରରୁ ଆସିଥିଲେ । ସେ ରିଆଲିଟି ଶୋ’ ଜିତି ବଲିଉଡରେ ପାଦ ରଖିଥିଲେ ।

ସୁନିଧି ଭାରତରେ ୩୦୦୦ରୁ ଅଧିକ ଷ୍ଟୁଡିଓ ରେକର୍ଡିଂ କରିଛନ୍ତି ଏବଂ ସେ ପ୍ରସିଦ୍ଧ ହଲିଉଡ ସିଙ୍ଗରଙ୍କ ସହ ମଧ୍ୟ ଗୀତ ଗାଇଛନ୍ତି ।

୨୦୧୩ରେ ତାଙ୍କୁ ମୋଷ୍ଟ ସେକ୍ସିଅଷ୍ଟ ମହିଳାର ସମ୍ମାନ ମିଳିଥିଲା । ସେ ଇଣ୍ଡିଆନ ଆଇଡଲ ଏବଂ ଦ ଭଏସ ଇଣ୍ଡିଆରେ ହୋଷ୍ଟ କୋଚ ମଧ୍ୟ ରହିଥିଲେ । ସୁନିଧି ନିଜର କ୍ୟାରିଅର ପାଇଁ ବାପାମା’ଙ୍କ ସହ ସୋନୁ ନିଗମଙ୍କୁ ସମସ୍ତ ଶ୍ରେୟ ଦିଅନ୍ତି ଏବଂ ତାଙ୍କର ପସନ୍ଦିତା ସିଙ୍ଗର ଅଟନ୍ତି ସ୍ୱର ମଲିକା ଲତା ମଙ୍ଗେସକର ।

୧୮ବର୍ଷ ବୟସରେ ବିବାହ କରିଥିଲେ ସୁନିଧି ଏବଂ ୧୯ବର୍ଷରେ ହୋଇଥିଲା ତାଙ୍କର ଛାଡପତ୍ର । ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ ୨୦୧୨ ଅପ୍ରେଲ ୨୪ରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More