Only for Entertainment

ସାଉଥର ଏହି ସୁପରହିଟ ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିବେ ସୁନିଲ ସେଠୀଙ୍କ ପୁଅ ଅହାନ ।

bollywood life
22

ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ପୁଅ ଅହାନ ସେଠୀ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନାଡିଆଲବାଲା ଏବଂ ସନ ପ୍ରଡକ୍ସନ ହାଉସ ମାଲିକ ସାଜିଦ ନାଡିଆୱାଲ ନିଜେ ଏହାର ଘୋଷଣା କରିଛନ୍ତି । ପୂର୍ବରୁ ଆହାନଙ୍କ ଡେବ୍ୟୁକୁ ନେଇ ଖବର ଆସି ସାରିଥିବା ବେଳେ କେଉଁ ଫିଲ୍ମର ଡେବ୍ୟୁ କରିବେ ତାହା ସ୍ଥିର ହେଇପାରିନଥିଲା । ତେବେ ସାଜିଦ ଅହାନଙ୍କ ଡେବ୍ୟୁ ଫିଲ୍ମ ଉପରୁ ପରଦା ଉଠାଇଛନ୍ତି ।

rx 100

ସାଉଥର ସୁପରହିଟ ଫିଲ୍ମ ଆର ,ଏକ୍ସ. ୧୦୦ ରେ ଆହାନ ଡେବ୍ୟୁ କରିବାକୁ ନେଇ ଖବର ଏବେ ସାମ୍ନାକୁ ଆସିଛି । ଏହାର ହିନ୍ଦୀ ରାଇଟ୍ସ ମଧ୍ୟ କିଣା ସରିଲାଣି । ଏହି ଫିଲ୍ମ ୨୦୧୯ ରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଏହି ସିନେମାର ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯାଇନାହିଁ ଖୁବ ଶୀଘ୍ର ଏହାର ସୂଚନା ମିଳିଯିବ ବୋଲି ନାଡିଆୱାଲା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More