Only for Entertainment

ପରିବା ବିକ୍ରି କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ସୁନିଲ ଗ୍ରୋଭର ।

aajtak
0 44

ସୁନିଲ ଗ୍ରୋଭର ଏବେ କପିଲ ଶର୍ମାଙ୍କୁ ନେଇ ଟ୍ୱିଟରରେ ଖୁବ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ସେ ପରିବା ମଣ୍ଡିରେ ପରିବା ବିକ୍ରି କରୁଥିବା ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ କପିଲଙ୍କ ସହିତ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ନୂଆ କାମ ଖୋଜିବା ପାଇଁ କିଛି ପ୍ରଶଂସକ ମଧ୍ୟ କହିଛନ୍ତି ।

ଫଟୋ ଦେଖି ପ୍ରଶଂସକ ଅନୁମାନ କରୁଛନ୍ତିଯେ କପିଲଙ୍କୁ କମେଂଟ କରିବା ପାଇଁ ସେ ଏଭଳି କରିଛନ୍ତି । ତେବେ ସେ କପିଲଙ୍କ ଉପରେ କଟାକ୍ଷ କରୁଛନ୍ତି ବୋଲି ମଧ୍ୟ କୁହାଯାଇପାରେ । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଂଟ ମଧ୍ୟ ଆସୁଛି । ମିଡିଆ ରିପୋର୍ଟ ଅନୁସାରେ ସୁନିଲ ଖୁବଶୀଘ୍ର ନିଜ ନୂଆ ଶୋ’ରେ ନଜର ଆସିବେ ।

ସୂଚନା ମୁତାବକ ଶୋ’ରେ ସୁନିଲଙ୍କ ସହିତ ବିଗ ବସ ବିଜୟିନୀ ସିଲ୍ପା ସିନ୍ଦେ ନଜର ଆସିବେ । ତେବେ ସୁନିଲ ସିଲ୍ପାଙ୍କର ଏକ ଭିଡିଓ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ସୁନିଲଙ୍କ ପ୍ରସିଦ୍ଧ ଗୀତ ମେରେ ପତି ମୁଝେ ପ୍ୟାର ନେହିଁ କରତୀକୁ ନକଲ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More