Only for Entertainment

ଚହଳ ସୃଷ୍ଟି କରିଛି ଷ୍ଟାଣ୍ଡ ଅପ କମେଡିଆନ୍ କପିଲ୍ ଶର୍ମା ଓ ସୁନୀଲ ଗ୍ରୋବରଙ୍କ ଝଗଡା !

INDIAN EXPRESS
0 90

ପୁଣିଥରେ ପରଦାରେ ଚହଳ ସୃଷ୍ଟି କରିଛି ଷ୍ଟାଣ୍ଡ ଅପ କମେଡିଆନ୍ କପିଲ୍ ଶର୍ମା ଓ ସୁନୀଲ ଗ୍ରୋବର୍ଙ୍କ ଝଗଡା । ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ଆରୋପ – ପ୍ରତ୍ୟାରୋପର ମାମଲା । କାରଣ କପିଲ୍ ଶର୍ମା ନିଜର କମେଡି ଶୋ ଫ୍ୟାମିଲି ଟାଇମ୍ ୱିଥ କପିଲ୍ ସହ ଛୋଟପରଦାକୁ ଫେରିଛନ୍ତି ।

ଆଉ ଏହି ଶୋରେ ତାଙ୍କ ପୂର୍ବ ଶୋ’ର କୋ-ଷ୍ଟାର୍ ମାନଙ୍କୁ ବି ଦେଖିବାକୁ ମିଳିବ । ହେଲେ ଏଥର ସୁନୀଲ୍ ଗ୍ରୋବର୍ଙ୍କୁ ଦେଖିବାକୁ ମିଳିବନି କପିଲଙ୍କ କାର୍ଯ୍ୟକ୍ରମରେ । କପିଲଙ୍କ ପୂର୍ବ ଶୋରେ ସୁନୀଲ୍ ଗ୍ରୋବରଙ୍କୁ ପ୍ରମୁଖ କମେଡିଆନ୍ ଡକ୍ଟର୍ ଗୁଲାଟି ଓ ରିଙ୍କୁ ଭାବି ଚରିତ୍ରରେ ଦେଖିବାକୁ ମିଳୁଥିଲା । ସୁନୀଲ୍ଙ୍କ ଏହି ସବୁ ଚରିତ୍ର ଅଡିଏନ୍ସଙ୍କୁ କରିଥିଲା ଢେର୍ ଏଂଟରଟେନ୍ । ମାତ୍ର ଫ୍ଲାଇଟ୍ ହୋଇଥିବା ଦୁହିଁଙ୍କ ଭୟଙ୍କର ଝଗଡା ପରେ କପିଲ୍ ଶର୍ମା ଶୋକୁ ଅଲବିଦା କହିଥିଲେ ସୁନୀଲ୍ । ଏହାସହ କପୀଲ୍ଙ୍କ ସହ ଆଉ କେବେ ବି କାମ ନକରିବା ପାଇଁ ଶପଥ ମଧ୍ୟ ନେଇଥିଲେ ସୁନୀଲ୍ । ତେବେ ନିକଟରେ ସୁନୀଲ୍ ଟ୍ୱିଟ୍ କରି କପିଲଙ୍କ ନୂଆ ଶୋ ବିଷୟରେ ରଖିଛନ୍ତି ନିଜ ବୟାନ । ଯେଉଁଥିରେ ସୁନୀଲ୍ ଲେଖିଛନ୍ତି କପିଲଙ୍କ ଶୋ ପାଇଁ ଅଫର୍ ଆସିବ ବୋଲି ମୁଁ ଅପେକ୍ଷା କରିଥିଲେ । ହେଲେ ମତେ କିଛି ବି କଲ୍ ଆଶିନି । ମୋ ଫୋନ୍ ନମ୍ବର୍ ଚେଂଜ୍ ହୋଇନି । ମତେ କିନ୍ତୁ ଅଫର୍ ଆସିଲାନି । ସେଥିପାଇଁ ମୁଁ ଆଉ ଏକ କାର୍ଯ୍ୟକ୍ରମ ପାଇଁ ସାଇନ୍ କରି ଦେଇଛି ।

ତେବେ ମିଳିଥିବା ଖବର ଅନୁସାରେ କପିଲ୍ ଶର୍ମାଙ୍କ ନୂଆ କାର୍ଯ୍ୟକ୍ରମର ପାର୍ଟ ହେବା ପାଇଁ ସୁନୀଲଙ୍କ ଇଚ୍ଛା ଥିଲା । ମାତ୍ର ଏଥିରେ ଥିଲା ତାଙ୍କର ଏକ ସର୍ତ । ଯେ, ଶୋର ନାମ ଫ୍ୟାମିଲି ଟାଇମ୍ ୱିଦ କପିଲ୍ ଓ ସୁନୀଲ୍ ରହିବ । ହେଲେ ଏହି ସର୍ତରେ ରାଜି ହୋଇ ନଥିଲେ କପିଲ୍ । ତେବେ କପିଲ୍ ସୁନୀଲଙ୍କୁ ପ୍ରସ୍ତାବରେ ପ୍ରସ୍ତୁତ ନଥିବାବେଳେ, ସୁନୀଲ୍ ନିଜକୁ କପିଲଙ୍କ ସହ ଇକ୍ୱାଲ୍ ଟାଲେଂଟେଡ୍ ବୋଲି ଭାବିଥାନ୍ତି ।

ଯାହା ପାଇଁ ସେ ଏଭଳି ସର୍ତ ରଖିଥିଲେ । ତେବେ ତାଙ୍କୁ ଅଫର୍ ନ ଆସିବାରୁ ସେ ଅନ୍ୟ ଏକ ଶୋ ପାଇଁ ସାଇନ୍ କରିଛନ୍ତି । ତେବେ କପିଲଙ୍କ କହିବା କଥା, ସେଦିନ ଫ୍ଲାଇଟରେ ହୋଇଥିବା ଝଗଡା ଲ୍ୟାଣ୍ଡିଂ ପୂର୍ବରୁ ହିଁ ସମାଧାନ ହୋଇ ଯାଇଥିଲା । ମାତ୍ର ପରେ ସୁନୀଲ୍ କଥାକୁ ବଢାଇଥିଲେ । ଏବଂ ଶୋରୁ ଓହାରି ଯାଇଥିଲେ । ଯାହା ପରେ କପିଲ୍ ଅନେକ ଚେଷ୍ଟା କରିଥିଲେ ସୁନୀଲଙ୍କୁ ବୁଝାଇବା ପାଇଁ ମାତ୍ର ସୁନୀଲ୍ ରାଜି ହୋଇ ନଥିଲେ । ଏବେ ସୁନୀଲଙ୍କ ସହ ଏକାଠି ଶୋ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି କପିଲ୍ । ଦେଖାଯାଉ ଏହି ଦୁଇ ଜଣଙ୍କ ଫାଇଟ୍ ଆଗକୁ କେଉଁ ମୋଡ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More