Only for Entertainment

କ୍ୟାରିଅର ଆରମ୍ଭରୁ ସନମୀରାଙ୍କ ହାତକୁ ଆସିଲା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ

Odisha Bytes
54

ଓଲିଉଡରେ ଏବେ ସନମୀରା ନାଗେଶଙ୍କ ଚାହିଦା ବଢିବାରେ ଲାଗିଛି । ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର୍ ମଧ୍ୟ ମିଳିବାରେ ଲାଗିଛି ଏହି ସୁନ୍ଦରୀଙ୍କୁ । ନିଜ ଷ୍ଟାଇଲ୍ ଓ ଫ୍ୟାସନ୍ ପାଇଁ ଏବେ ଏହି ସୁନ୍ଦରୀ ଓଲିଉଡର ଲୋକପ୍ରିୟ ନାୟିକା ହୋଇ ପାରିଛନ୍ତି । ଏହାରି ଭତରେ ତାଙ୍କୁ ମିଳି ଯାଇଛି ରାଜ୍ୟ ଚଳଚ୍ଚିତ୍ର ସମ୍ମାନ । ନିଜ କ୍ୟାରିୟ୍ର ଦ୍ୱିତୀୟ ସିନେମାର ‘ଲୈଲା ଓ ଲୈଲା’ ପାଇଁ ଏହି ସୁନ୍ଦରୀ ହାତେଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ଯାହାକୁ ନେଇ ବେଶ ଖୁସି ଥିବା ସେ କହିଛନ୍ତି ।

ଏହି ସୁନ୍ଦରୀ ଚାଇଲ୍ଡି ଆର୍ଟିଷ୍ଟ ଭାବେ ପ୍ରଥମେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଅଭିନୟ ଛାଡିଦେଲେ ସନମୀରା ମଡେଲିଂରେ ବି ଦେଖାଇଛନ୍ତି ନିଜ ଟ୍ୟାଲେଂଟ୍ । ଜଣେ ମଡେଲ୍ ଭାବେ ସନମୀରା ପୂର୍ବରୁ ଓଲିଉଡ୍ରେ ହୋଇ ପାରିଛନ୍ତି ସଫଳ । ଯାହାକୁ ନେଇ ପରେ ଅଭିନୟରେ ପ୍ରବେଶ କରିବା ପାଇଁ ମିଳିଲା ତାଙ୍କୁ ସୁଯୋଗ । ଆଉ ଚଳଚ୍ଚିତ୍ର ସପନର ପଥେ ପଥେ ଜରିଆରେ ଅଭିନୟ ଯାତ୍ରା ଆରମ୍ଭ କଲେ ଏହି ସୁନ୍ଦରୀ । ପ୍ରଥମ ସିନେମାରେ ନିଜ ଅଭିନୟରେ ସଭିଁଙ୍କୁ ଏଂଟର୍ଟେନ୍ କଲେ ସନମୀରା ।

sunmeera

ପରଦାରେ କେତେବେଳେ ଅମ୍ଳାନଙ୍କ ସହ ତ କେତେବେଳେ ସ୍ୱରାଜଙ୍କ ସହ ପୁଣି କେତେବେଳେ ବାବୁଶାନଙ୍କ ନାୟିକା ଭାବେ ନଜର ଆସିଛନ୍ତି ଏହି ସୁନ୍ଦରୀ । ହେଲେ କାହା ସହ ଅଭିନୟ କରିବାରୁ ସନମୀରାଙ୍କୁ ବେଶି ଭଲ ଲାଗେ ସେ ନେଇ ସନମୀରା ଦେଇଛନ୍ତି ଏକ ଖାସ୍ ଉତର ।

ଓଲିଉଡର ଏବେ ସନମୀରାଙ୍କ ଚାହିଦା ପୂର୍ବ ଅପେକ୍ଷା ଆହୁରି ବଢି ଯାଇଛି । ରାଜ୍ୟ ଚଳଚ୍ଚିତ୍ରର ସମ୍ମାନ ହାତେଇବା ପରେ ସନମୀରା ହୋଇ ପାରିଛନ୍ତି ଓଲିଉଡ୍ର ଆଗ ଧାଡିର ସୁନ୍ଦରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More