Only for Entertainment

ଏୟାରପୋର୍ଟରେ ଦେଖିବାକୁ ମିଳିଲା ସନି ଲିୟୋନିଙ୍କ ୩ ବର୍ଷର ଝିଅ ନିଶାଙ୍କ ତସନ, ଦୃଦୟ ଜିତି ନେବ କ୍ୟୁଟ ଅନ୍ଦାଜ

bollywood tadka
77

ବଲିଉଡ ଅଭିନେତ୍ରୀ ସନି ଲିୟୋନିଙ୍କ ଝିଅ ନିଶା କୌରଙ୍କୁ ନିକଟରେ ପାପା ଡେନିଏଲଙ୍କ ସହିତ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଏୟାରପୋର୍ଟରେ ୩ ବର୍ଷିୟ ନିଶାଙ୍କ ନଟଖଟ ଅନ୍ଦାଜ ସମସ୍ତଙ୍କୁ ଖୁବ ଇମ୍ପ୍ରେସ କରିଥିଲା । ନିଶାଙ୍କ ଏହି କ୍ୟୁଟ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

nisha3

ଏୟାରପୋର୍ଟରେ ନିଶା ପ୍ରିଣ୍ଟେଡ ଲେଗିନ୍ସ ସହିତ ବ୍ଲାକ ଟପ ଏବଂ ଡେନିମ ଜ୍ୟାକେଟରେ ନଜର ଆସିଥିଲେ । ଦୁଇଟି ପନିଟେଲ ପିଙ୍କ ବ୍ୟାଣ୍ଡ ସହିତ ଷ୍ଟାଇଲିସ ଗଗଲ୍ସରେ ନିଶା ଖୁବ କ୍ୟୁଟ ଦେଖାଯାଉଥିଲେ ।

nisha2

ଫଟୋରେ ସେ ବାର ବାର ଗଗଲ୍ସ ଲଗାଉଥିବା ଏବଂ କାଢୁଥିବାର ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଜଣାପଡୁଛି ଯେ ନିଶା ଏୟାରପୋର୍ଟରେ ଖୁବ ମସ୍ତି ମୁଡରେ ଅଛନ୍ତି । କହିରଖୁଛୁ ଯେ, ସନି ଏବଂ ତାଙ୍କ ପତି ଡାନିଏଲ ମହାରଷ୍ଟ୍ରର ଲାତୁର ଠାରୁ ନିଶାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ସେତେବେଳେ ନିଶା କେବଳ ୨୧ ମାସର ଥିଲେ । ନିଶାଙ୍କ ବ୍ୟତିତ ସନିଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି ।

nisha1

୨୦୧୮ରେ ସନି ଲିୟୋନି ସେରୋଗେସୀ ମାଧ୍ୟମରେ ଦୁଇଟି ଜାଁଳା ଛୁଆର ମା ହୋଇଥିଲେ । ସନିଙ୍କୁ ଦୁଇ ପୁଅଙ୍କ ନାମ ନୋଆହ ଏବଂ ଅଶର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More