Only for Entertainment

୨୨ ବର୍ଷ ପୂର୍ବେ ସନି ଦେଓଲ-କରିଶ୍ମା କପୁରଙ୍କ ଉପରେ ଲାଗିଥିଲା ଏହି ଆରୋପ, ଏବେ କୋର୍ଟରୁ ମିଳିଲା ଆଶ୍ୱସ୍ତି

Latestly
19

ସନି ଦେଓଲ ଏବଂ କରିଶ୍ମା କପୁରଙ୍କୁ ୨୨ ବର୍ଷ ପୁରୁଣା ଚେନ ପୁଲିଂ ମାମଲାରେ କୋର୍ଟରୁ ଆଶ୍ୱସ୍ତି ମିଳିଛି । କୋର୍ଟ ଏହି ମାମଲାକୁ ଡିସଚାର୍ଜ କରିଦେଇଛନ୍ତି । ଜୟପୁରର ଏଡିଜେ କୋର୍ଟ ଏହି ମାମଲାରେ ୧୧ ଅକ୍ଟୋବର ଶୁକ୍ରବାର ନିଜର ନିର୍ଣ୍ଣୟ ଶୁଣାଇଛନ୍ତି । ୧୯୯୭ରେ ଫିଲ୍ମ ‘ବଜରଙ୍ଗ’ର ସୁଟିଂ ସମୟରେ ଆଇନ ନିୟମ ଭାଙ୍ଗି ଟ୍ରେନର ଚେନ ଟାଣିଥିବା ଆରୋପ ଲାଗିଥିଲା ।

ରିପୋର୍ଟ ଅନୁସାରେ, ଏହି କେସକୁ ନେଇ ରେଲୱେ କୋର୍ଟ ଏହି ଦୁଇ କଳାକାରଙ୍କ ଉପରେ ରେଲୱେ ଆକ୍ଟର ଧାରା ୧୪୧,୧୪୫,୧୪୬ ଏବଂ ୧୪୭ ଅନୁସାରେ ଆରୋପ ଲାଗାଇଥିଲେ । ପ୍ରର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ଏହାର ଶୁଣାଣି କରି କୋର୍ଟ ଏବେ ଏହି ମାମଲାକୁ ଡିସଚାର୍ଜ ଦେଇଛନ୍ତି ।

କହିରଖୁଛୁ ଯେ, ରେଲୱେ କୋର୍ଟର ଏହି ଆରୋପକୁ ସେସନ କୋର୍ଟ ୨୦୧୦ରେ ଖାରଚ କରିଦେଇଥିଲେ । ପରେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ଏବେ କୋର୍ଟ ଏହି ମାମଲାର ଶୁଣାଣି କରି ଏହାକୁ ଡିସଚ୍ଚାର୍ଜ କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More