Only for Entertainment

୨ ମାସ ପରେ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ସନି ଦେଓଲଙ୍କ ପୁଅ କରଣଙ୍କ ଯାଦୁ, ସାମ୍ନାକୁ ଆସିଲା ଡେବ୍ୟୁ ଫିଲ୍ମର ଫାଷ୍ଟ ଲୁକ

LatestLY
36

୯୦ ଦଶକର ସୁପରଷ୍ଟାର ସନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ ଶୀଘ୍ର ଫିଲ୍ମ ‘ପଲ ପଲ ଦିଲ କେ ପାସ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ କରଣଙ୍କ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟର ସହିତ ଫିଲ୍ମ ରିଲିଜ ବିଷୟରେ ମଧ୍ୟ ଏଥିରେ ଘୋଷଣା କରାଯାଇଛି । ଫିଲ୍ମ ଜୁଲାଇ ୧୯ରେ ପରଦାକୁ ଆସିବ ।

PalPalDilKePass

କରଣଙ୍କ ସହିତ ଏହି ଫିଲ୍ମରେ ସହର ବାମ୍ବା ମଧ୍ୟ ବଲିଉଡ ଡେବ୍ୟୁ କରିବେ । ସହର ବାମ୍ବା କଙ୍ଗନାଙ୍କ ପରି ହିମାଚଳ ପ୍ରଦେଶର ଅଟନ୍ତି । ସହର ଏହା ପୂର୍ବରୁ ମଡେଲିଂ ଦୁନିଆରେ ମଧ୍ୟ କାମ କରିଛନ୍ତି । ଏହା ସହିତ ଏକ ବ୍ୟୁଟି ପେଜେଣ୍ଟ ମଧ୍ୟ ଜିତିଛନ୍ତି । କିଛି ରିପୋର୍ଟ ଅନୁସାରେ ଫିଲ୍ମରେ ପ୍ରେମ ଚୋପ୍ରାଙ୍କ ଝିିଅ ପୁନିତା ଏବଂ ଟିଭି ଅଭିନେତା ବିକାଶ ଭଲ୍ଲା ମଧ୍ୟ ନଜର ଆସିବେ । ଏଥିରୁ ଅନୁମାନ କରାଯନାଉପଛି ଯେ ଏହା ଏକ ଲଭ ଟ୍ରାଙ୍ଗେଲ ପରି ଫିଲ୍ମ ହୋଇପାରେ । ଫିଲ୍ମକୁ ଖୋଦ ସନି ଦେଓଲ ନିର୍ଦ୍ଦେଶନା ଦେଇଛନ୍ତି ।

PalPalDilKePass-1

ରିଲିଜ କରାଯାଇଥିବା ପୋଷ୍ଟରରେ କରଣ ଏବଂ ସହରଙ୍କ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫିଲ୍ମକୁ ଜି ଷ୍ଟୁଡିଓ ପ୍ରଡ୍ୟୁସ କରିଥିବା ବେଳେ ଫିଲ୍ମର ଅଧିକାଂଶ ସୁଟିଂ ମନାଲୀରେ କରାଯାଇଛି । ଏହା ବ୍ୟତିତ ଫିଲ୍ମର କିଛି ସିନ ମୁମ୍ବାଇରେ କରାଯାଇଛି । ଫ୍ୟାନ୍ସଙ୍କୁ ସନିଙ୍କ ପୁଅ କରଣଙ୍କ ଡେବ୍ୟୁ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More