Only for Entertainment

ପ୍ରଥମଥର କୋ-ଷ୍ଟାରଙ୍କ ସହ ନଜର ଆସିଲେ ସନି ଦେଓଲଙ୍କ ପୁଅ , ନଜର ଆସିଲା ସ୍ପେଶାଲ ବଣ୍ଡିଂ !

30

ବଲିଉଡ ଅଭିନେତା ସନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ସନି ଦେଓଲଙ୍କ ଫିଲ୍ମ ‘ପଲପଲ ଦିଲ କେ ପାସ’ ଜରିଆରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ।

କିଛି ଦିନ ହେବ କରଣ ଏହି ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାମଧ୍ୟରେ ନିଜ କୋ-ଷ୍ଟାର ସହର ବାମ୍ବାଙ୍କ ସହ ଲଂଚ ଡେଟରେ ସ୍ପଟ ହୋଇଛନ୍ତି ।

କରଣ ଧଳା ସାର୍ଟ ଏବଂ ମରୁନ ଟ୍ରାଉଜରରେ ଖୁବ ହ୍ୟାଣ୍ଡସମ ନଜର ଆସିଥିଲେ । ଦୁହେଁ ମିଡିଆକୁ ଦେଖି ହସି ପୋଜ ଦେଇଥିଲେ । ପ୍ରଥମ ଥର ପାଇଁ ସହର ଏବଂ କରଣ ଏକା ସହ ପବ୍ଲିକରେ ନଜର ଆସିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ କରଣଙ୍କ ଫିଲ୍ମ ‘ପଲ ପଲ ଦିଲକେ ପାସ’ ୧୯ଜୁଲାଇରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସନି ଦେଓଲ । ଫିଲ୍ମରେ କରଣଙ୍କ ବିପକ୍ଷରେ ନଜର ଆସିବେ ସହର ବାମ୍ବା, ଫିଲ୍ମ ପୋଷ୍ଟର ରିଲିଜ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More