Only for Entertainment

ସନି ଦେଓଲଙ୍କ ପୁଅ କରଣ ନିଜ ଡେବ୍ୟୁ ଫିଲ୍ମର ପ୍ରମୋଶନ ନିଜ ପ୍ରିୟ ଅଭିନେତ୍ରୀଙ୍କ ଠାରୁ କଲେ ଆରମ୍ଭ !

87

ସନି ଦେଓଲଙ୍କ ପୁଅ କରଣ ଦେଓଲ ନିଜ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ବଲିଉଡର ଏହି ନୂଆ କଳାକାରଙ୍କୁ ବଲିଉଡ ସ୍ୱାଗତ ଜଚ୍ଚାଇଛି ଏବଂ ଏବେ ଏହି ଫିଲ୍ମର ପ୍ରମୋଶନରେ ଲାଗିପଡିଛନ୍ତି ।

ଏହି ପ୍ରମୋଶନ ପାଇଁ କରଣ ନିଜ କୋ-ଷ୍ଟାର ସହର ବାମ୍ବାଙ୍କ ଡାନ୍ସ ରିଆଲିଟି ଶୋ’ରେ ପହଂଚିଛନ୍ତି । ଏହି ଷ୍ଟେଜରେ ସହର ଏବଂ କରଣ କରୀନାଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କରୀନା ଏହି ଶୋ’ର ବିଚାରକ ଅଟନ୍ତି ।

କରଣ ନିଜ ପ୍ରିୟ ଅଭିନେତ୍ରୀଙ୍କ ସହ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫିଲ୍ମର ଟିଜର ଏବଂ ପ୍ରଥମ ଗୀତ ପରେ ଏବେ ମେକର୍ସ ଫିଲ୍ମର ଟାଇଟଲ ଟ୍ରାକ ପ୍ରସ୍ତୁତି କରିବା ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସନି ଦେଓଲ ଏବଂ ଏହି ଫିଲ୍ମ ୨୦ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More