Only for Entertainment

କାର ଦୁର୍ଘଟଣାରୁ ଅଳ୍ପକେ ବଂଚିଲେ ସନି ଦେଓଲ, ପ୍ରଚାର ସମୟର….. ।

bollywood tadka
20

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ  ଜୋରଦାର ପ୍ରଚାର ଚାଲିଛି । ଏସବୁ ଭିତରେ ବିଜେପି ପ୍ରାର୍ଥୀ ତଥା ସିନେ ଅଭିନେତା ସନ୍ନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ସକାଳେ ଘାରିବାଲ ଠାରେ ସନ୍ନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି କାର ଦୁର୍ଘଟଣାରେ ସନ୍ନି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡିଛି ।

 

ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ସନ୍ନି ନିଜ ରେଞ୍ଜ ରୋଭର କାରରେ ପ୍ରଚାର କରିବାକୁ ଯାଉଥିବା ବେଳେ ମଝି ରାସ୍ତାରେ କାରର ଚକା ଫାଟିଯାଇଥିଲା । ଫଳରେ କାରଟି ସିଧା ସଳଖ ଡିଭାଇଡରରେ ପିଟି ହୋଇଥିଲା । ତେବେ ସନ୍ନିଙ୍କ ପଛରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ରେଞ୍ଜ ରୋଭରକୁ ଧକ୍କା ଦେବା ପରେ କାରର ଆଗ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ସନ୍ନିଙ୍କୁ ସେଭଳି ଗୁରୁତର ଆଘାତ ଲାଗିନାହିଁ ।

 

ଲୋକସଭା ନିର୍ବାଚନ ମଝିରେ ହିଁ ବିଜେପିରେ ସାମିଲ ହେବା ସହ ଗୁରୁଦାସପୁରରୁ ପ୍ରାର୍ଥୀ ହୋଇଥିଲେ ସନ୍ନି ଦେଓଲ । ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ସନ୍ନି ଏବେ ଜୋରଦାର ପ୍ରଚାର ଚଳାଇଛନ୍ତି । ରୋଡ ସୋ’ ସହ ନିର୍ବାଚନ ସଭା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ସନ୍ନି । ସନ୍ନି ଦେଓଲଙ୍କର ଟିକିଏ ଝଲକ ପାଇବା ପାଇଁ ରାସ୍ତା ଉପରେ ହଜାର ହଜାର ଲୋକ ଭିଡ ଜମାଉଛନ୍ତି । ଏପରିକି କିଛି ସମର୍ଥକ ସନ୍ନିଙ୍କୁ ଟ୍ୟୁବୱେଲ ଗିଫ୍ଟ ଦେଉଥିବାର ଦେଖିବାକୁ ମିଳିଛି । ସନ୍ନିଙ୍କ ପାଇଁ ସାନ ଭାଇ ବବି ଦେଓଲ ଓ ବାପା ଧର୍ମେନ୍ଦ୍ର ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More