Only for Entertainment

ସନିଙ୍କ ପଲିଟିକ୍ସି ପାଇଁ ଘୁଞ୍ଚିଲା ପୁଅ କରଣଙ୍କ ଡେବ୍ୟୁ ଫିଲ୍ମର ରିଲିଜ ଡେଟ !

Hindi Rush
46

ବଲିଉଡ ଅଭିନେତା, ଫିଲ୍ମ ନିର୍ମାତା ଓ ଏବେ ନୂଆ କରି ସାଂସଦ ହୋଇଥିବା  ସନି ଦେଓଲ ନିଜ ପୁଅ କରଣ ଦେଓଲଙ୍କ କ୍ୟାରିୟର ଆରମ୍ଭ କରିବାକୁ ଅଣ୍ଟା ଭିଡିଲେଣି । ସନି କରନଙ୍କ ଡେବ୍ୟୁ  ଫିଲ୍ମ ‘ପଲ ପଲ ଦିଲ କେ ପାସ’କୁ ରିଲିଜ କରିବାକୁ ଏବେ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବାକି ଥିବା ଏହି  ଫିଲ୍ମର ସମସ୍ତ ସୁଟିଂ ସେ ଶେଷ କରିସାରିଛନ୍ତି । ଏବେ ଏହି  ଫିଲ୍ମର ଡବିଂ ଓ ଏଡିଂ କାମ ଜୋର ସୋରରେ ଚାଲିଛି । କିନ୍ତୁ ଫିଲ୍ମଟି ଏବେ ଦର୍ଶକଙ୍କ ସାମ୍ନାକୁ ଆସିପାରିବ ନାହିଁ । ମେକର୍ସ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରିଛନ୍ତି ।

‘ପଲ ପଲ ଦିଲକେ ପାସ’କୁ ଏବେ ସେପ୍ଟେମ୍ବର ୨୦ରେ ରିଲିଜ କରାଯିବ । ପ୍ରଥମେ ଏହି ଫିଲ୍ମକୁ ଜୁଲାଇ ୧୯ରେ ରିଲିଜ କରଯିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ଏବେ ଏବେ ରାଜନୀତିରେ ଯୋଗ ଦେଇଥିବା ସନିଙ୍କୁ କରନଙ୍କ ଫିଲ୍ମକୁ ରିଲିଜ କରିବାକୁ ସମୟ ମିଳିଲା ନାହିଁ । ସେଥିପାଇଁ ସନି ଏହାର ରିଲିଜ ତାରିଖକୁ ସେପ୍ଟେମ୍ବର ୨୦ କୁ ଘୁଞ୍ଚାଇଛନ୍ତି ।

 

ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଓ ରାକ୍ଷୀଙ୍କ ଉପରେ ଆଧାରିତ ଫିଲ୍ମ ‘ବ୍ଲାକମେଲ’ର ସୁପରହିଟ୍ ଗୀତ ‘ପଲ ପଲ ଦିଲ କେ ପାସ’ ଦେଓଲ ପରିବାରର ସବୁଠାରୁ ପ୍ରିୟ ଗୀତ ଅଟେ । ଏହି ଗୀତ ଯେତିକି ଧର୍ମେନ୍ଦ୍ରଙ୍କୁ ପସନ୍ଦ ତା’ ଠାରୁ ଅଧିକ ସନି ଓ ବବିଙ୍କୁ ପସନ୍ଦ । ଯେତବେଳେ ସନି ନିଜ ପୁଅ କରନକୁ ବଲିଉଡରେ ଲଞ୍ଚ କରିବା ପାଇଁ  ଫିଲ୍ମର କାହାଣୀ ଓ ନାମ  ଫାଇନାଲ କଲେ ସେତବେଳେ ତାଙ୍କୁ ଏହି ନାଁ ଟି ସବୁଠାରୁ ଅଧିକ ପସନ୍ଦ ଆସିଥିଲ। ‘ପଲ ପଲ ଦିଲ କେ ପାସ’ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ଫିଲ୍ମର କେତେକ ସିନ ବରଫ ପାହାଡ ମଧ୍ୟରେ ସୁଂଟି କରାଯାଇଛି । ଏହି ଫିଲ୍ମରେ କରଣ ଦେଓଲଙ୍କ ସହ ନବାଗତା ସହରା ବମ୍ବାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସହରା ମଧ୍ୟ ଏହି ଫିଲ୍ମରୁ ତାଙ୍କ ବଲିଉଡ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More