Only for Entertainment

ସତରେ କ’ଣ ବାତ୍ୟା ପିଡ଼ିତାଙ୍କୁ ୫ କୋଟି ଦେଇଛନ୍ତି ସନି ଲିଓନ?

youtube
0 30

କେରଳର ଲୋକ ଏବେ ଏକ ଭୟାନକ ବାତ୍ୟାରେ ଜୀବନ ବିତାଉଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୩୫୦ ଲୋକଙ୍କର ଜୀବନ ଯାଇ ସାରିଛି । ୨ ଲକ୍ଷରୁ ଅଧିକ ଲୋକ ଉଂଚା ସ୍ଥାନରେ ଆଶ୍ରୟ ନେଇଛନ୍ତି । କେରଳକୁ ସାହାଯ୍ୟ ପାଇଁ ବିଭିନ୍ନ ପାଶ୍ୱର୍ରୁ ହାତ ବଢାଇଛନ୍ତି ଲୋକ । ଶାହାରୁଖ ଏବଂ ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ତାମିଲ ସୁପରଷ୍ଟାର ଚିୟାନ ବିକ୍ରମ,ତେଲୁଗୁ ସୁପରଷ୍ଟାର ଜୁନିଅର ଏନଟିଆର କେରଳର ଲୋକଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି ।

ଏହି ମଧ୍ୟରେ ଏକ ଖବର ଭାଇରାଲ ହେଉଛିଯେ ବଲିଉଡ ଅଭିନେତ୍ରୀ ସନି ଲିଓନ କେରଳର ଲୋକଙ୍କୁ ସାହାଯ୍ୟ ପାଇଁ ୫ କୋଟି ଟଙ୍କା ଦାନ କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି । ଲୋକ ଏହି କଥାକୁ ନେଇ ପିଟିଏମ ମାଲିକ ବିଜୟ ଶେଖର ଶର୍ମାଙ୍କ ବିଷୟରେ ଆଲୋଚନା କରୁଛନ୍ତି । କାରଣ ଶେଖର ମାତ୍ର ୧୦ ହଜାର ଦେଇ ନିଜର ଗୁଣଗାନ କରିବାକୁ ପଛାଇ ନାହାଁନ୍ତି । ବାସ୍ତବରେ କ’ଣ ସନି ୫ କୋଟି ଦେଇଛନ୍ତି?ସନିଙ୍କ ତରଫରୁ ସେଭଳି କିଛି ପ୍ରତିକ୍ର୍ରିୟା ଆସିନାହିଁ । ଇଣ୍ଡିଆ ଟୁଡେକୁ ଇଂଟରଭ୍ୟୁ ଦେଉଥିବା ସମୟରେ ସନି ଏବଂ ତାଙ୍କ ପତିଙ୍କୁ ଏହି ବିଷୟରେ ପଚାରିବାରୁ ସେ କିଛି ମଧ୍ୟ ଉତ୍ତର ଦେଲେ ନାହିଁ । ସନିଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଳେଯେ ସନି ସାହାଯ୍ୟ କରିଛନ୍ତି କିନ୍ତୁ ଟଙ୍କାକୁ ନେଇ ଆମେ ସାର୍ବଜନୀନ ସ୍ତରରେ କିଛି କହିବାକୁ ଚାହୁଁନାହୁଁ ।

ସନିଙ୍କୁ କେରଳ ଲୋକ ଖୁବ ପସନ୍ଦ କରନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ସନି ଯେତେବେଳେ କେରଳ ଯାଇଥିଲେ ତାଙ୍କ ଝଲକ ପାଇବା ପାଇଁ ଲୋକଙ୍କ ଭିଡ଼ ତାଙ୍କ ଗାଡ଼ି ଚାରିପାଖରେ ଜମି ଯାଇଥିଲା ଏବଂ ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡ଼ିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More