Only for Entertainment

୨୫ ବର୍ଷର ଫିଲ୍ମ କ୍ୟାରିଅର ମଧ୍ୟରେ କେବେ ମଧ୍ୟ ସ୍କ୍ରିପ୍ଟ ପଢି ନାହାଁନ୍ତି ସନି ଦେଓଲ । ଏହା ହେଉଛି କାରଣ ।

India TV
35

ଦିନ ଥିଲା ଯେତେବେଳେ ସନି ଦେଓଲ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲା । ଆଜି ମଧ୍ୟ ତାଙ୍କର ସେହି କ୍ରେଜ ଦେଖିବାକୁ ମିଳେ ।ରୋମାଂଟିକ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସନି ଦେଓଲ ପରବର୍ତ୍ତୀ ମୁହୂର୍ତ୍ତରେ ବଲିଉଡର ଆକ୍ସନ ହିରୋ ଭାବରେ ଏକ ଭିନ୍ନ ପରିଚୟ ସୃଷ୍ଟି କଲେ ।ତେଣୁ ୟମଲ ପଗଲା ଦିୱାନା ଦର୍ଶକଙ୍କୁ ଏତେ ପସନ୍ଦ ଆସିଲା ନାହିଁ । କାରଣ ଦର୍ଶକ ସନିଙ୍କ ଠାରୁ ଅଧିକ କିଛି ସଫଳତା ଆଶା ରଖିଥାନ୍ତି ।ତେବେ ନିକଟରେ ରିଲିଜ ହୋଇଥିବା ଭେୟାଜୀ ସୁପରହିଟକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ପରେ ଜଣାପଡ଼ିବ ।

ଆପଣ ଜାଣନ୍ତିକି ୩୫ ବର୍ଷର କ୍ୟାରିଅର ମଧ୍ୟରେ ସନି ଦେଓଲ କେବେ ମଧ୍ୟ ସ୍କ୍ରିପ୍ଟ ପଢିନାହାଁନ୍ତି ।ଆପଣଙ୍କୁ ଏହା ନିହାତି ଭାବରେ ଅଜବ ଲାଗୁଥିବ ।ବାସ୍ତବରେ ସନି ନିଜେ କହିଛନ୍ତିଯେ ସେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ସ୍କ୍ରିପ୍ଟ ପଢିନାହାଁନ୍ତି ।ସେ ସବୁବେଳେ ଲେଖକଙ୍କ ଠାରୁ ଶୁଣିବାକୁ ଭଲ ପାଆନ୍ତି ।ସେ ଏହା ମଧ୍ୟ କହିଛନ୍ତିଯେ ମୁଁ ଖୁବ ସାଧାସିଧା ବ୍ୟକ୍ତି ଏବଂ ଗଭୀର ମଧ୍ୟକୁ ଯାଇପାରେ ନାହିଁ ।ଆଇଡିଆ ଶୁଣେ ଏବଂ ପସନ୍ଦ ଆସିଲେ ତାହା ଉପରେ କାମ କରେ ।

ସନି ୧୯୮୩ରେ ଫିଲ୍ମ ବେତାବରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।ସନିଙ୍କ ଆକ୍ସନ ବ୍ୟବହାର ଦେଖିବା ପରେ ତାଙ୍କ ନିର୍ଦ୍ଦେଶକ ସେହିଭଳି ଫିଲ୍ମ ଅଫର କରିବାକୁ ଲାଗିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More