Only for Entertainment

ସନି ଲିଓନଙ୍କୁ ଏତେ ଖରାପ ପ୍ରଶ୍ନ କଲେ ଅରବାଜ, ସେହିଠାରେ କାନ୍ଦି ପକାଇଲେ ସନି ।

66

ଅରବାଜ ଖାନଙ୍କ ଶୋ ‘ପିଂଚ ବାଏ ଅରବାଜ ଖାନ’ ଏବେ ଖୁବ ଚର୍ଚ୍ଚାରେ । ତାଙ୍କର ଏହି ଶୋ ଖୁବ ନିଆରା । ସେଠାରେ ଏଭଳି ପ୍ରଶ୍ନ କରାଯାଏ ଯାହା ସୋସିଆଲ ମିଡିଆରୁ ନିଆଯାଏ । ସେହି ସମୟରେ ଏଭଳି କିଛି ପ୍ରଶ୍ନ ଆସୁଛି ଯାହା ଖୁବ ଘାତକ, ଯାହା ଦ୍ୱାରା ତାରକା ନିଜ ଇମୋସନ୍ସକୁ ସେହିଠାରେ ହିଁ କାନ୍ଦି ପକାଉଛନ୍ତି । ଅରବାଜଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ଲୋକମାନେ ଏଭଳି ଖରାପ ଖରାପ କମେଂଟ ଦେଉଛନ୍ତି ଯାହାର ଉତ୍ତର ଦେବା କଷ୍ଟସାଧ୍ୟ ହୋଇ ଯାଉଛି ।

ଅରବାଜଙ୍କ କହିବା ଅନୁସାରେ ସନିଙ୍କ ସହିତ ଫିଲ୍ମ କରିବା ସମୟରେ ତାଙ୍କୁ ଏକ ପ୍ରଶ୍ନ ଆସିଥିଲା । ସେହି ପ୍ରଶ୍ନ ଶୁଣିବା ପରେ ସନି କାନ୍ଦିବାକୁ ଲାଗିଲେ । ଅରବାଜ କହୁଛନ୍ତି ସେହି ପ୍ରଶ୍ନ ମୁଁ କରିନଥିଲି, ତାହା ପବ୍ଲିକ ତରଫରୁ ଥିଲା । ଏହା ପୂର୍ବରୁ ମଧ୍ୟ କେତେକ ତାରକା ଏଭଳି ପ୍ରଶ୍ନରେ ଚିନ୍ତିତ ହୋଇଛନ୍ତି । ମୁଁ ଚେଷ୍ଟା କରେଯେ କୌଣସି ସେଲିବ୍ରେଟୀକୁ ଅଧିକ ଚିନ୍ତିତ ନକରିବା ପାଇଁ । ଯେପରି ଶୋ ପରେ କାହା ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଜୀବନ ଉପରେ ପ୍ରଭାବ ନ ପଡ଼ୁ ।

ଏହାପରେ ଅରବାଜ କହିଲେ ଏହା ସୋସିଆଲ ମିଡିଆର ସବୁଠାରୁ ବଡ଼ ସମସ୍ୟା । ଯାହା ଶୋ ଜରିଆରେ ଦର୍ଶକଙ୍କୁ କୁହାଯାଉଛି । ବୋଧହୁଏ ଏହି ପ୍ରଶ୍ନ ଜାଣିବା ପରେ ଲୋକମାନେ ବୁଝିପାରିବେ ଏଭଳି ପ୍ରଶ୍ନ ଅନ୍ୟକୁ କେତେ କଷ୍ଟ ଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More