Only for Entertainment

ସନ୍ନି ଲିଓନିଙ୍କ ବାୟୋପିକରେ ହେଲା ବଡ ଖୁଲାସା, ଭଉଣୀଙ୍କ ଫାଇଦା ଉଠାଇ ଭାଇ କମାଉଥିଲେ ହଜାର ହଜାର ଟଙ୍କା ।

0 81

ବଲିଉଡର ହଟ ଅଭିନେତ୍ରୀ ସନି ଲିଓନଙ୍କ ବାୟୋପିକ ଫିଲ୍ମ ‘କରନଜିତ କୌର-ଦ ଷ୍ଟୋରୀ ଅଫ ସନ୍ନି ଲିଓନି’ରିଲିଜ ହୋଇ ସାରିଛି । ଏହି ୱେବ ସିରିଜ ଜରିଆରେ ସନ୍ନି ତାଙ୍କ ଜୀବନ ଯାତ୍ରା ସମ୍ପର୍କରେ ସମ୍ପୂଣ୍ଣ ଭାବେ କହିଛନ୍ତି । ସନ୍ନିଙ୍କ ଜୀବନ ସହ ସମସ୍ତ କଥା ଏଠାରେ ଦେଖାଯାଇଛି ।

ବିଦେଶରେ ପିଲା ଦିନରୁ ହିଁ ସନ୍ନି ଶରୀର ଉପରେ ସ୍କୁଲ ସାଙ୍ଗ ମାନଙ୍କ ପାଖରେ ବେଜ୍ଜତର ଶିକାର ହୋଇଥିଲେ । ଏହା ସହ ଏବେ ଏକ ଫିଲ୍ମର ଗୀତ ସାମ୍ନାକୁ ଆସିଛି । ଗୀତ ହେଉଛି ‘ଇଟସ୍ ହଟ’ । ଏହି ଗୀତ ସମ୍ପୂର୍ଣ୍ଣ ଭାବେ ସନ୍ନିଙ୍କ ଉପରେ ପ୍ରସ୍ତୁତ କରାଯାଇଛି, ଏଥିରେ ସନ୍ନି ଖୁବ କ୍ୟୁଟ ନଜର ଆସିଛନ୍ତି । ଏହି ଗୀତକୁ ନକ୍ୱିତା ଡିସୁଜା ନିଜ ସୁରିଲା ସ୍ୱରରେ ଗାଇଛନ୍ତି ।

ଏହାପୂର୍ବରୁ ସନ୍ନିଙ୍କର ଭାଇଙ୍କ ବିଷୟରେ ଏକ ତଥ୍ୟ ସାମ୍ନାକୁ ଆସିଥିଲା, ଯିଏ ତାଙ୍କ ଭଉଣୀଙ୍କର ଖୁବ ନିକଟତର ଅଟନ୍ତି । ସନ୍ଦୀପ ଏବଂ ସନ୍ନିଙ୍କ ମଧ୍ୟ ଖୁବ ଉତ୍ତମ ସମ୍ପର୍କ । ସନ୍ନୀ ଯେତେବେଳେ ୨୦୧୩ରେ ‘ପେଂଟ ହାଉସ- ପେଟ ଅଫ ଦ ଇୟର’ଆୱାର୍ଡ ପାଇଁ ବଛାଯାଇଥିଲେ ସେବେଠାରୁ ତାଙ୍କର ଆମେରିକାରେ ଫ୍ୟାନ ଫଲୋଇଂ ବଢିବାରେ ଲାଗିଥିଲେ ।

ଏହାପରେ ସନ୍ନିଙ୍କର ଗୋଟେ ଅଟୋଗ୍ରାଫ କାହା ପାଖରେ ରହିବା ବଡ କଥା ଥିଲା ମାତ୍ର ସନ୍ନିଙ୍କ ଭାଇଙ୍କ ପାଇଁ ଏହା ଛୋଟ କଥା ଥିଲା । ସେ ତାଙ୍କର ଅଟୋଗ୍ରାଫ ନେଇ ୧୦-୧୫(୧୦୦୦ଟଙ୍କା)ଡଲାରରେ ବିକ୍ରି କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More