Only for Entertainment

ଗୁଗଲରେ ବାଜି ମାରିଲେ ସନି ଲିଓନି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଛରେ ପକାଇ ବନିଲେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ପର୍ସନାଲିଟି

indiatoday
48

ଅଭିନେତ୍ରୀ ସନି ଲିଓନି ନିଜର ସୁନ୍ଦରତା ଏବଂ ହଟ୍ ପର୍ସନାଲିଟି ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ସେଇଥିପାଇଁ ତ ୨୦୧୮ ପରି ଚଳିତ ବର୍ଷ ମଧ୍ୟ ସେ ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ପର୍ସନାଲିଟି ହୋଇପାରିଛନ୍ତି । ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି ।

sunny leone

ଗୁଗଲ ଟ୍ରେଣ୍ଡସ ଆନାଲିଟିକ୍ସ ଅଗଷ୍ଟର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସନି ଲିଓନି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ପର୍ସନାଲିଟି ତାଲିକାରେ ଟପରେ ଅଛନ୍ତି । କିନ୍ତୁ ଅଧିକାଂଶ ଲୋକେ ସନି ଲିଏନିଙ୍କ ଭିଡିଓକୁ ସର୍ଚ୍ଚ କରିଛନ୍ତି । ଏହା ସହିତ ତାଙ୍କ ବାୟୋପିକ ସିରିଜ ‘କରଣଜୀତ କୌର : ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଏନି’କୁ ମଧ୍ୟ ଅନେକ ଲୋକେ ଖୁବ ଖୋଜିଛନ୍ତି । ଭାରତର ପୂର୍ବ ରାଜ୍ୟ ମଣିପୁର ଏବଂ ଆସାମର ଲୋକେ ଗୁଗଲରେ ସନିଙ୍କୁ ଇଣ୍ଟରନେଟରେ ଖୁବ ଖୋଜିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ସନିଙ୍କୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଅର୍ଜୁନ ପଟିଆଲା’ରେ ଦେଖିବାକୁ ମିଳିଥିଲା । ମାତ୍ର ଫିଲ୍ମରେ ସେ ଆଇଟମ ନମ୍ବର ସହିତ ଛୋଟ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More