Only for Entertainment

ଚୋରି କରୁଥିବା ସମୟରେ ଧରା ପଡ଼ିଲେ ବଲିଉଡର ଏହି ଅଭିନେତ୍ରୀ ।

74

ବଲିଉଡ ଅଭିନେତ୍ରୀ ସନି ଲିଓନ କିଛି ଘଂଟା ପୂର୍ବରୁ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ କ୍ରୁ ସଦସ୍ୟଙ୍କ ସହିତ ମସ୍ତୀ କରୁଥିବାର ନଜର ଆସିଛନ୍ତି । ବାସ୍ତବରେ ଭିଡ଼ିଓରେ ସନି କେକ ଚୋରି କରୁଥିବାର ନଜର ଆସିଛନ୍ତି । ସନି କ୍ୟାପ୍ସନରେ ଲେଖିଛନ୍ତିଯେ କାମ ସମୟରେ ମୁଁ ଖୁବ ମସ୍ତି କରେ । ଏହାପରେ ମଧ୍ୟ ମୋ ଟିମ ମୋତେ କେକ୍ର ଏକ ଟୁକୁଡ଼ା ମଧ୍ୟ ଦିଅନ୍ତି ନାହିଁ । ମୋ ଟିମ କେକ ନେଇଯାଆନ୍ତି ଏବଂ ନିଜେ ଖାଇ ଦିଅନ୍ତି । ମୋତେ ଅଫର ମଧ୍ୟ କରନ୍ତି ନାହିଁ ।

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ସନି କିଛି କେକ ତାଙ୍କ ବ୍ୟାଗରେ ରଖି ଦେଉଛନ୍ତି । କିନ୍ତୁ ସେ ଧରା ପଡ଼ି ଯାଉଛନ୍ତି । ସେହି ସମୟରେ ସନି କହୁଛନ୍ତି ମୋ ସହିତ କାମ କରିବା ସମୟରେ ସେମାନେ ଖୁବ ପରିଶ୍ରମ କରୁଛନ୍ତି, କିନ୍ତୁ ମୋ ପାଇଁ ଖଣ୍ଡେ କେକ ରଖୁ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More