Only for Entertainment

ଦୀପାବଳି ପାର୍ଟିରେ ଝିଅ ନିଶାଙ୍କ ସହ ମ୍ୟାଚିଂ ଡ୍ରେସରେ ନଜର ଆସିଲେ ସନ୍ନି, ଭିଡିଓ ଭାଇରାଲ !

37

ଧନତେରାସ ସହ ଦିପାବଳୀ ସେଲିବ୍ରେଶନ ମଧ୍ୟ ଆରମ୍ଭ ହୋଇଛି । ବଲିଉଡ କଳାକାର ମଧ୍ୟ ଏହି ଫେଷ୍ଟିଭାଲରେ ବୁଡି ରହିଛନ୍ତି । ଦିପାବଳୀ ସପ୍ତାହ ପୂର୍ବରୁ ହିଁ କଳାକାରଙ୍କ ଘରେ ଆରମ୍ଭ ହୋଇଗଲାଣି । କିଛି ଦିନ ପୂର୍ବେ ଫରାହ ଖାନ ନିଜ ଘର ଦିପାବଳୀ ପାର୍ଟି ହୋଷ୍ଟ କରିଥିଲେ । ସେହିଭଳି ଏହାପରେ ବଲିଉଡ କଳାକାର ରମେଶ ତୁରାନୀଙ୍କ ଘରେ ସମସ୍ତେ ନଜର ଆସିଥିଲେ । ଏବେ ଅଭିନେତ୍ରୀ ସନି ଦେଓଲଙ୍କ ଦିପାବଳୀ ପାର୍ଟି ର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଖାସ କଥା ହେଉଛି ସନ୍ନିଙ୍କ ପାର୍ଟିରେ କଳାକାର ନୁହଁନ୍ତି ବରଂ କୁନି କୁନି ପିଲା ନଜର ଆସିଥିଲେ ।

ସୋସିଆଲ ମିଡିଆରେ ସନ୍ନି ଲିଓନୀଙ୍କ ଦୀପାବଳି ପାର୍ଟିରେ ଏହି ଫଟୋ ସାମ୍ନାକୁ ଆସିଛି । ଫଟୋ ସନ୍ନି ହଳଦିଆ ରଂଗର ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅ ନିଶା ମଧ୍ୟ ସମାନ ରଂଗର ଡ୍ରେସ ପିନ୍ଧିଛନ୍ତି । ଦୁହେଁ ଫଟୋରେ ଖୁବ ସୁନ୍ଦର ଦିଶୁଛନ୍ତି ।

ସନ୍ନିଙ୍କ ଦିପାବଳୀ ପାର୍ଟିର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି , ଯେଉଁଥିରେ ସେ ପିଲାମାନଙ୍କ ସହ ଏଂଜୟ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More