Only for Entertainment

୧ ଘଂଟା ପାଇଁ ମଲ ଶୋ ରୁମରେ ଲକ ହୋଇ ଯାଇଥିଲେ ସନି ଲିଓନ ।

khaleejtimes.com
0 46

ମୁମ୍ବାଇର ଏକ ମଲ୍ରେ କ୍ଲଦିଙ୍ଗ ଶୋ ରୁମ ଷ୍ଟୋର ଲଂଚ କରିବା ପାଇଁ ସନି ଲିଓନକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସନି ଲିଓନ ମଧ୍ୟ ସେଠାରେ ପହଂଚିଥିଲେ । ସନି ପହଂଚିଗଲେ ସତ କିନ୍ତୁ ସେଠାରୁ ବାହାରିବା ତାଙ୍କ ପାଇଁ କାଠିକର ପାଠ ହୋଇଗଲା । ସନି ଯେତେବେଳେ ମଲ ଭିତରେ ପ୍ରବେଶ କଲେ ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ସହିତ ସେଲ୍ଫି ନେବା ପାଇଁ ଲୋକମାନେ ଭିଡ଼ ଜମେଇ ଦେଲେ । ତାଙ୍କ ଆସିବା ଖବର ଚାରିଆଡ଼େ ଖେଳିଗଲା । ଭିଡ଼ ଏତେ ମାତ୍ରାରେ ହୋଇଗଲାଯେ ଷ୍ଟୋର ଲଂଚ ପରେ ସନି ବାହାରକୁ ବାହାରିବା ଅସମ୍ଭବ ହୋଇଗଲା । ଏହାପରେ ଷ୍ଟୋର ମାଲିକ ଏବଂ ଡିଜାଇନର ରିୟାଜ ଗାନ୍ଧୀ ତରତର ହୋଇ ସଟର ବନ୍ଦ କରି ଦେଇଥିଲେ । ସେମାନେ ଏଭଳି କରିବାର କାରଣ ଥିଲାଯେ ଲୋକମାନେ ଭାବିବେ ସନି ସେଠାରୁ ଚାଲି ଯାଇଛନ୍ତି । ତେବେ ଷ୍ଟୋର ପ୍ରାୟ ୧ ଘଂଟା ପର୍ଯ୍ୟନ୍ତ ଲକ ହୋଇ ରହିଲା । କାରଣ ଲକ କରିବା ସମୟରେ ନିରାପତ୍ତାର ଧ୍ୟାନ ରଖା ଯାଇନଥିଲା । ଯେଉଁ କାରଣରୁ ସଟର ସଂପୂର୍ଣ୍ଣ ଭାବରେ ଲକ ହୋଇ ଯାଇଥିଲା । ସନିଙ୍କ ସହିତ ତାଙ୍କ ସ୍ୱାମୀ ଡାନିଏଲ ମଧ୍ୟ ଥିଲେ ।

ଭିଡ଼ କମ ହେବା ପରେ ସଟର ଖୋଲିବାକୁ ଚେଷ୍ଟା କରାଗଲା, କିନ୍ତୁ ସଟର ଖୋଲିଲା ନାହିଁ । କିଛି ସମୟ ପରେ ମଲ କର୍ମଚାରୀଙ୍କୁ ସୂଚନା ଦିଆଗଲା । ମଲ୍ର ସମସ୍ତ ସଟର ଅଟୋମେଟିକ ବନ୍ଦ ହୁଏ ଏବଂ ଖୋଲିଥାଏ । କିନ୍ତୁ ତତକ୍ଷଣାତ ସଟର ବନ୍ଦ କରିଦେବା ଦ୍ୱାରା ଯାନ୍ତ୍ରିକ ତ୍ରୁଟି ଆସି ଯାଇଥିଲା । ସଟର ବାହାର ଏବଂ ଭିତର ଦୁଇ ପାଶ୍ୱର୍ରେ ଲକ ହୋଇ ଯାଇଥିଲା । ମଲ କର୍ମଚାରୀ ଇଲେକ୍ଟ୍ରିସିଟିକୁ ବନ୍ଦ କରି ସଟରକୁ ରିସେଟ କଲେ । ଏହି ସବୁ କରିବା ପାଇଁ ପ୍ରାୟ ୧ ଘଂଟା ସମୟ ଲାଗିଲା । ସେତିକି ସମୟ ପର୍ଯ୍ୟନ୍ତ ସନି ଏବଂ ତାଙ୍କ ସ୍ୱାମୀ ୧ ଘଂଟା ଧରି ଭିତରେ ଥିଲେ । ସଟର ଖୋଲିବା ମାତ୍ରେ ସନି ଏବଂ ତାଙ୍କ ପତି ତୁରନ୍ତ ବାହାରି ଗାଡ଼ିରେ ବସି ସେଠାରୁ ଚାଲିଗଲେ । ତେବେ ଏହା ପ୍ରଥମ ଥର ନଥିଲା ଯେତେବେଳେ ସନିଙ୍କ ସହିତ ଏହା ହେଲା । ତାହା ପୂର୍ବରୁ ମଧ୍ୟ ଏଭଳି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More