Only for Entertainment

ମ୍ୟାଡମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ ସନ୍ନି

indiatimes.com
0 38

ଏପର୍ଯ୍ୟନ୍ତ ଦିଲ୍ଲୀର ପ୍ରସିିଦ୍ଧ ମ୍ୟାଡମ ତୁଷାଦ ମ୍ୟୁଜିୟମରେ ଅନେକ କଳାକାରଙ୍କ ମହମ ମୂର୍ତ୍ତି ସ୍ଥାନ ପାଇସାରିଛି । ବର୍ତ୍ତମାନ ଆଉ ଏକ ନୂତନ ନାଁ ସେହି ତାଲିକାରେ ଯୋଡି ହେବାକୁ ଯାଉଛି । ସେ ଆଉ କେହି ନୁହଁନ୍ତି ବଲିଉଡର ଜଣାଶୁଣା ତଥା ହଟ ଏବଂ ସେକ୍ସି ଅଭିନେତ୍ରୀ ସନ୍ନି ଲିଓନି । ଖୁବ କମ୍ ଦିନ ମଧ୍ୟରେ ସନ୍ନି ତାଙ୍କ ଅଭିନୟର ଯାଦୁରେ ମତୁଆଲା କରି ପ୍ରଂଶସକ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗଢିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ପୁରୁଷ ପ୍ରଶଂସକଙ୍କ ଠାରୁ ଅଧିକ ମହିଳା ପ୍ରଂଶସକକୁ ଆକୃଷ୍ଟ କରିପାରିଛି ।
ଏବେ ମ୍ୟାଡମ ତୁଷାଦ ମ୍ୟୁଜିୟମରେ ସନ୍ନି ଲିଓନିଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇବାକୁ ଯାଉଛି । ଏହା ପୂର୍ବରୁ ଏହି ମ୍ୟୁଜିୟମରେ କ୍ୟାଟରିନା କୈଫ, ମାଧୁରୀ ଦୀକ୍ଷିତ, କରୀନା କପ୍ପୁର ଖାନ, କପିଲ ଶର୍ମା, ସଚ୍ଚିନ ତେନ୍ଦୁଲକରଙ୍କ ଭଳି ନାମୀଦାମି କଳାକାରଙ୍କ ପ୍ରତିମୂର୍ତ୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇସାରିଛି ।

ସୂଚନାନୁଯାୟୀ ସନ୍ନିଙ୍କର ଏହି ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଲଣ୍ଡନରୁ ଏକ ବିଶେଷଜ୍ଞ ଦଳ ଆସିଥିଲେ । ଏଥିପାଇଁ ତାଙ୍କୁ ୨୦୦ରୁ ଉଦ୍ଦ୍ୱର୍ ଥର ସନ୍ନିଙ୍କର ମାପ ନେବାକୁ ପଡିଥିଲା । ସନ୍ନିଙ୍କ ସହ ପ୍ରତିମୂର୍ତ୍ତି ଟି ସଂପୂର୍ଣ୍ଣ ଭାବେ ମେଳ ଖାଇବା ଥିଲା ତାଙ୍କର ଏହି ପ୍ରୟାସ ।
ଏଥିପାଇଁ ସନ୍ନି ସେହି ବିଶେଷଜ୍ଞ ଟିମକୁ ଟ୍ୱିଟ ଜରିଆରେ ଧନ୍ୟବାଦ ଜଣାଇବା ସହ ମ୍ୟାଡମ ତୁଷାଦ ମ୍ୟୁଜିୟମର ଏହି ନିଷ୍ପତ୍ତି ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More