Only for Entertainment

ସୁପର୩୦ ନୁହେଁ ବରଂ ଏହି ଥିଲା ମୃଣାଳଙ୍କ ପ୍ରଥମ ଫିଲ୍ମ, ମରାଠୀ ଫିଲ୍ମରେ ମଧ୍ୟ କରିଛନ୍ତି କାମ !

54

ଟେଲିଭିଜନରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡିଆଁ ମାରିଥିବା ଅଭିନେତ୍ରୀ ମୃଣାଳ ଠାକୁର ନିକଟରେ ଫିଲ୍ମ ସୁପର ୩୦ରେ ନଜର ଆସିଥିଲେ । ସେ ଏହି ଫିଲ୍ମ ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିଥିଲେ । ଅଭିନେତ୍ରୀ ନିଜ କ୍ୟାରିଅର ଆରମ୍ଭ ଟିଭି ସିରିଅଲରୁ କରିଥିଲେ । ସେ ପ୍ରଥମେ ‘ମୁଝେ କୁଛ କେହେତି ହେ ଖାମୋସିଆଁ’ ସିରିଅଲରେ ନଜର ଆସିଥିଲେ । ଏହାପରେ ସେ ଫିଲ୍ମ ‘ଲଭ ସୋନିଆ’ରେ ନଜର ଆସି ସାରିଛନ୍ତି । ଏହି ଫିଲ୍ମ ବକ୍ସଅଫିସରେ ଖାସ କମାଲ ଦେଖାଇ ପାରିନଥିଲା । ଏହି ଫିଲ୍ମରେ ମୃଣାଳଙ୍କ ଜୀବନ କିଛି ମାତ୍ରାରେ ପରିବର୍ତ୍ତନ କରିପାରିଥିଲା । ୧ଅଗଷ୍ଟ ୧୯୯୨ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମ ହୋଇଥିବା ମୃଣାଳଙ୍କ ବିଷୟରେ ଚାଲନ୍ତୁ ଜାଣିବା କିଛି ନିଆରା କଥା ।

ଅଭିନେତ୍ରୀ ଜଣକ ଡ୍ରଇଙ୍ଗ ଏବଂ ପେଂଟିଙ୍ଗ କରିବାକୁ ଖୁବ ପସନ୍ଦ କରନ୍ତି । ସେ ନିଜର ପକେଟ ଖର୍ଚ୍ଚ ବଢାଇବା ପାଇଁ ବରମାନଙ୍କ ହାତରେ ମେହେନ୍ଦୀ ମଧ୍ୟ ଲଗାଇ ସାରିଛନ୍ତି । ହ୍ରିତିକ ରୋଶନଙ୍କ ସହ ସୁପର ୩୦ରେ ନଜର ଆସିବା ପରେ ସେ ଜନ ଅବ୍ରାହାମଙ୍କ ଫିଲ୍ମ ବାଟଲା ହାଉସରେ ନଜର ଆସିବେ ।

ଅଭିନେତ୍ରୀ ମୃଣାଳ ଠାକୁର ସାମ୍ବାଦିକତାରେ ଗ୍ରାଜୁଏସନ କରିଛନ୍ତି । ତାଙ୍କ ପିଲାଦିନରୁ ଅଭିନୟରେ ରୁଚି ରହିଥିଲା । କଲେଜ ସମୟରେ ତାଙ୍କୁ ‘ମୁଛସେ କୁଛ କହତି ହେ ଖାମୋସିଆଁ’ରେ ଗୌରୀ ଭୋଁସଲେ ଗାୟକୱାଡ ଭୂମିକାରେ ଅଫର ମିଳିଥିଲା । ଏହାପରେ ସେ ଆଗକୁ ବଢି ଚାଲିଲେ ।

ଏହାପରେ ସେ ‘ହର ୟୁଗ ଆୟେଗା ଏକ ଅର୍ଜୁନ’ରେ ନଜର ଆସିଥିଲେ । ଏହି ଶୋ’ରେ ସେ ସାମ୍ବାଦ୍ଖଳ ଭୂମିକାରେ ନଜର ଆସିଥିଲେ, କିନ୍ତୁ ପରିଚୟ ତାଙ୍କୁ ଏକତା କପୂରଙ୍କ ଶୋ’ କୁମ କୁମ ଭାଗ୍ୟରୁ ମିଳିଥିଲା । ଏଥିରେ ସେ ବୁଲବୁଲ ଭୂମିକାରେ ନଜର ଆସିଥିଲେ । ଲୋକମାନେ ଏହି ଶୋ’ରେ ମୃଣାଳଙ୍କୁ ଖୁବ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଟିଭି ପରଦାରେ ସିରିଅଲ କରିବା ପୂର୍ବରୁ ସେ ମରାଠୀ ଫିଲ୍ମ ଏବଂ ବିଜ୍ଞାପନରେ କାମ କରୁଥିଲେ । ମୃଣାଳ ଏହା ସବୁ ବ୍ୟତୀତ ୨୦୧୪ରେ ଆସିଥିବା ରିଆଲିଟି ଶୋ’ ‘ବକ୍ସ କ୍ରିକେଟ ଲିଗ’ରେ ମଧ୍ୟ ଭାଗ ନେଇଥିଲେ । ସେ ‘ନଚ ବଲିୟେ ସିଜନ ୭’ରେ ଶରତ ଚନ୍ଦ୍ର ତ୍ରିପାଠୀ ଙ୍କ ସହ ନଜର ଆସିଥିଲେ । ସେ ସମୟରେ ସେ ଶରଦଙ୍କ ସହ ଅଫେୟାରରେ ଥିବା ଚର୍ଚ୍ଚା ଘୂରି ବୁଲୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More