Only for Entertainment

ବକ୍ସ ଅଫିସରେ ଛାଇଲା ହ୍ରିତିକ ରୋଶନଙ୍କ ଯାଦୁ, ଦ୍ୱିତୀୟ ଦିନରେ ଆୟ କଲା ଏତିକି କୋଟି

google
107

ପରଦାରେ ରିଲିଜ ହୋଇଛି ହ୍ରିତିକ୍ ରୋଶନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ସୁପର ଥାର୍ଟି । ଜୁଲାଇ ୧୨ ତାରିଖରେ ସିନେମାଟି ରିଲିଜ୍ ହୋଇଛି । ସିନେମାରେ ହ୍ରିତିକ୍ ରୋଶନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ବିହାରର ଆଇଆଇଟି କୋଚିଂ ଟିଚର୍ ଆନନ୍ଦ କୁମାର୍ଙ୍କ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ହ୍ରିତିକ୍ । ରିୟଲ୍ ଲାଇଫ୍ କାହାଣୀ ଆଉ ସତ ଚରିତ୍ର ଉପରେ ଚଳଚ୍ଚିତ୍ର ‘ସୁପର ୩୦’ର କାହାଣୀ ଗତିଶୀଳ ହୋଇଥିବାରୁ, ହ୍ରିତିକଙ୍କ କିଛି ଏହିପରି ଅନ୍ଦାଜ ଦେଖିବାକୁ ମିଳିଛି ସିନେମାରେ ।

ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’କୁ ପ୍ରଥମ ଦିନ ତୁଳନାରେ ଦ୍ବିତୀୟ ଦିନ ଦର୍ଶକ ଅଧିକ ପସନ୍ଦ କରିଥିବା ଜଣାଯାଇଛି। ପ୍ରଥମ ଦିନ ‘ସୁପର-୩୦’ ୧୨ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଥିଲା। ତେବେ ଦ୍ବିତୀୟ ଦିନ ଏହା ୧୮ କୋଟି ଟଙ୍କାର କଲେକସନ୍ କରିଥିବା କୁହାଯାଉଛି। ଏହାଫଳରେ ଏହା ଦୁଇ ଦିନରେ ‘ସୁପର-୩୦’ ମୋଟ୍ ୩୦ କୋଟି ଟଙ୍କାର ଆୟ କରିଥିବା ଜଣାଯାଇଛି। ବ୍ୟାବସାୟିକ ହିସାବରେ ଏହା ଉତ୍ସାହଜନକ ବୋଲି କୁହାଯାଉଛି।ଖାଲି ସେତିକି ନୁହେଁ ଏହା ଓଭରସିଜ୍ ମାର୍କେଟରେ ବି ଭଲ ବ୍ୟବସାୟ କରୁଛି।

ଏହାର ବଜେଟ୍ ୮୫ କୋଟି ଟଙ୍କା ବୋଲି କୁହାଯାଉଛି। ରବିବାର ଦିନ ଏହା ଅଧିକ ବ୍ୟବସାୟ କରିବ ବୋଲି ଆକଳନ କରାଯାଉଛି। ଆଶା କରାଯାଉଛି ‘ସୁପର-୩୦’ ପ୍ରଥମ ତିନି ଦିନରେ ୫୦ କୋଟିରୁ ଅଧିକ ଆୟ କରିବ। ଏହି ସିନେମାର କାହାଣୀ ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More