Only for Entertainment

ଫଟୋ ଉଠାଇବାରୁ ଫ୍ୟାନ୍ସଙ୍କ ସହିତ ଏଭଳି ବ୍ୟବହାର କଲେ ସୁପରଷ୍ଟାର୍ସ ।

Hindustan Times
0 41

ବିବାହ ପୂର୍ବରୁ ବଲିଉଡ୍‌ର ଦୁଇ ଲଭ ବାର୍ଡ଼ ରଣବୀର-ଦୀପିକା ଏବେ ବିଦେଶରେ ଛୁଟି କଟାଉଥିବା ଦେଖାଯାଇଛି । କାମରେ ବ୍ୟସ୍ତ ରହି ଯାଇଥିବା ବେଳେ ଏବେ ଦୁଇ ଜଣ ସମୟ ବାହାର କରି ଫ୍ଲୋରିଡ଼ା ବୁଲିବାକୁ ଯାଇଥିବା ଜଣାପଡ଼ିଛି । କିନ୍ତୁ ବୁଲିବାକୁ ଯାଇଥିବା ବେଳେ ଘଟିଥିବା ଘଟଣା ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଜଣେ ପ୍ରଶଂସକ ତାଙ୍କ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ତାଙ୍କ ସହ ଫଟୋ ଉଠାଇବା ପାଇଁ କହିବାରୁ ଦୀପିକା ମନା କରିବା ସହ ତାଙ୍କର ଭିଡ଼ିଓ ରେକର୍ଡ଼ିଂ ବନ୍ଦ କରି ଦେଇଥିଲେ ।

ଏଥିରେ ଦୁଃଖିତ ହୋଇ ପ୍ରଶଂସକ ଜଣଙ୍କ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ରଣବୀର-ଦୀପିକା ଆଜି ତୁମେ ତୁମର ଏକ ପ୍ରଶଂସକ ହରାଇଲ ବୋଲି ଲେଖିଛନ୍ତି । ଏହି ଭିଡ଼ିଓ ପୋଷ୍ଟ ହେବା ପରେ କିଛି ଲୋକ ଏହି ଦୁଇ ଲଭ ବାର୍ଡଙ୍କ କାମକୁ ସମର୍ଥନ ଜଣାଇଥିବା ବେଳେ କିଛି ଲୋକ ବିରୋଧ କରିଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More