Only for Entertainment

ସୁପରଷ୍ଟାର ରଜନୀକାନ୍ତଙ୍କ ବୟାନ, ୨୦୨୧ରେ ଲଢିବେ ବିଧାନସଭା ନିର୍ବାଚନ !

google
61

ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଚର୍ଚ୍ଚାର ଘେରକୁ ଆସିଛନ୍ତି । ନିକଟରେ ଭାରତ ସରକାର ଜମ୍ମୁ-କାଶ୍ମୀରରେ ପ୍ରଚଳିତ ହେଉଥିବା ଅନୁଚ୍ଛେଦ ୩୭୦କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତିକୁ ରଜନୀକାନ୍ତ ପ୍ରଶଂସା କରିଛନ୍ତି ।
ରଜନୀକାନ୍ତ ରବିବାର ୩୭୦ ଧାରା ଉଚ୍ଛେଦ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି ଏବଂ ନରେନ୍ଦ୍ର ମୋଦୀ-ଶାହଙ୍କ ଯୋଡିକୁ “କୃଷ୍ଣ ଏବଂ ଅର୍ଜୁନ”ର ଆଖ୍ୟା ଦେଇଛନ୍ତି । ରଜନୀକାନ୍ତ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଉପରେ ଏକ ବହିର ଉନ୍ମୋଚନ ସମୟରେ କହିଛନ୍ତି, “ମିଶନ କାଶ୍ମୀର ପାଇଁ ଅମିତ ଶାହଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ” ।

ସେ ଏହା ମଧ୍ୟ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଭଗବାନ କୃଷ୍ଣ ଓ ଅର୍ଜୁନଙ୍କ ଭଳି ଅଟନ୍ତି । ହେଲେ ଆମକୁ ଜଣାନାହିଁ କି ସେମାନଙ୍କ ମଧ୍ୟରୁ କୃଷ୍ଣ କିଏ ଓ ଅର୍ଜୁନ କିଏ । ଏହା ସହିତ ରଜନୀକାନ୍ତ କହିଛନ୍ତି, ସେ ନିଜର ଏକ ଦଳ ଗଠନ କରି ତାମିଲନାଡୁରେ ୨୦୨୧ରେ ବିଧାନସଭା ନିର୍ବାଚନ ଲଢିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More