Only for Entertainment

ସମଲିଙ୍ଗୀ ସଂପର୍କକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ନିଜର ମତ ରଖିଲେ କରଣ : ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଗଲା

hindustan
0 37

ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତି ଭିତ୍ତିରେ ସମଲିଙ୍ଗୀ ଶାରୀରିକ ସଂପର୍କ ଅପରାଧ ନୁହେଁ । ଏବେ ସମଲିଙ୍ଗୀମାନେ ପରସ୍ପର ସହ ଶାରୀରିକ ସଂପର୍କ ରଖି ପାରିବେ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ଐତିହାସିକ କୁହାଯିବା ସହ ପ୍ରଶଂସା କରାଯାଇଛି। ସମଲିଙ୍ଗୀମାନେ ସେମାନଙ୍କୁ ଯୌନ ସ୍ୱାଧୀନତା ମିଳିବା ଖୁସିରେ ଆନନ୍ଦ ଜାହିର କରୁଥିବା ଦେଖାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ବଲିଉଡ୍‌ର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଗଲା ବୋଲି କହିଛନ୍ତି ।


ସେ ଟ୍ଵିଟ୍‌ କରି କହିଛନ୍ତି କି ଏହା ଏକ ଐତିହାସିକ ରାୟ । ଆଜି ମୁଁ ବହୁତ ଗର୍ବିତ । ସମଲିଙ୍ଗୀ ସଂପର୍କକୁ ଅପରାଧର ପରିସରରୁ ବାହାର କରିବା ଏବଂ ଧାରା ୩୭୭କୁ ରଦ୍ଦ କରିବା ମାନବିକତା ତଥା ସମାନ ଅଧିକାର ପାଇଁ ମହତ୍ତ୍ୱପୂର୍ଣ୍ଣ । ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଯାଇଛି ବୋଲି ଲେଖିଛନ୍ତି । କେବଳ କରଣ ନୁହନ୍ତି,ବଲିଉଡ୍‌ର ଅନେକ କଳାକାର ଏହି ରାୟକୁ ସମର୍ଥନ ଜଣାଇବା ସହ ପ୍ରଶଂସା କରିଥିବା ଦେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More