Only for Entertainment

ଏହି ଫିଲ୍ମରେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ ସୂରଜ ପଂଚୋଲୀ

DNA India
27

 ବଲିଉଡ ଅଭିନେତା ସୁରଜ ପଂଚୋଲୀ ଏବେ ଖୁବ ଚର୍ଚ୍ଚାରେ । ଖବର ଅନୁସାରେ ଆଦିତ୍ୟ ପଂଚୋଲୀଙ୍କ ପୁଅ ସୂରଜ ପଂଚୋଲୀ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ ‘ସ୍ୟାଟେଲାଇଟ ଶଙ୍କର’ରେ ନଜର ଆସିବେ । ଏହି ଫିଲ୍ମରେ ସୁରଜ ଏକ ଆର୍ମି ଅଫିସର ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମରେ ତାଙ୍କର ଭୂମିକା ଖୁବ ଖାସ ରହିବ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

କହିରଖୁଛୁ ଯେ, ସୁରଜ ସଲମାନ ଖାନଙ୍କ ବ୍ୟାନରରେ ପ୍ରସ୍ତୁତ ଫିଲ୍ମ ‘ହିରୋ’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଆଥିଆ ସେଟ୍ଟୀ ନଜର ଆସିଥିଲେ । ଏହା ମଧ୍ୟ ତାଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏବେ ଫିଲ୍ମ ‘ସ୍ୟାଟେଲାଇଟ ଶଙ୍କର’ରେ ବଲିଉଡକୁ ଫେରୁଛନ୍ତି ।

sooraj-pancholi

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ଏକ ଆର୍ମି ଜବାନର ଜୀବନ ଉପରେ ଆଧାରିତ । ଫିଲ୍ମରେ ଦେଖିବାକୁ ମିଳିବ କିପରି ଜଣେ ଆର୍ମି ଅଫିସର ଦେଶର ସେବା କରି ଅନେକ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More