Only for Entertainment

କଙ୍ଗନାଙ୍କ ସହ ବାପାଙ୍କ ସଂପର୍କକୁ ନେଇ ମୁହଁ ଖୋଲିଲେ ସୁରଜ ପାଞ୍ଚୋଲି! କହିଲେ…

google
19

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କର ଖବର ଖୁବ୍‌ ପୁରୁଣା । ଦୁହିଁଙ୍କ ମଧ୍ୟରେ ପ୍ରଥମେ ପ୍ରେମ ହେବା ଓ ପରେ ପ୍ରେମ ଘୃଣାରେ ପରିଣତ ହେବାର ଖବର ସମସ୍ତେ ପାଇଥିଲେ ଓ ଦେଖିଥିଲେ ମଧ୍ୟ । ଏବେ ଦୁହିଁଙ୍କ ସଂପର୍କକୁ ନେଇ ଆଦିତ୍ୟଙ୍କ ପୁଅ ସୁରଜ ପାଞ୍ଚୋଲି ମୁହଁ ଖୋଲିଛନ୍ତି ।

ନିଜର ରିଲିଜ୍‌ ହୋଇଥିବା ଫିଲ୍ମ ସାଟେଲାଇଟ୍‌ ଶଙ୍କରର ପ୍ରମୋସନରେ ପହଞ୍ଚିଥିବା ସୁରଜ ଏ ନେଇ ନିଜର ବୟାନ ରଖିଥିଲେ । ବାପାଙ୍କର ଏଭଳି ପ୍ରେମ ସଂପର୍କ ପରିବାର ଉପରେ କିଭଳି ପ୍ରଭାବ ପକାଇଥିଲା ଓ ତାଙ୍କ ମା’ ଏଭଳି ପରିସ୍ଥିତିର କିଭଳି ସାମ୍ନା କରିଥିଲେ, ତାହା ଜଣାଇଥିଲେ ସୁରଜ । ତାଙ୍କ କହିବା ଅନୁଯାୟୀ, କଙ୍ଗନାଙ୍କ ସହ ବାପାଙ୍କର ସଂପର୍କ ଏକ ବ୍ୟକ୍ତିଗତ ବିଷୟ ଥିଲା । ଏଥିଲାଗି ମୁଁ ସେଥିରେ ମୁଣ୍ଡ ଖେଳାଉ ନଥିଲି । କାରଣ ମୁଁ ଅଧିକାଂଶ ସମୟ ମୋର ଜେଜେ ବାପା-ମା’ଙ୍କ ସହ ବିତାଉଥିଲି । କଙ୍ଗନାଙ୍କ ସହ ମୋ ବାପାଙ୍କର ଯାହା ବି ସଂପର୍କ ଥିଲା, ତାହା ଏବେ ଶେଷ ହୋଇ ସାରିଛି । କିନ୍ତୁ ଯାହା ବି କିଛି ଘଟିଥିଲା, ସେଥିପାଇଁ ମୁଁ ଦୁଃଖିତ ବୋଲି କହିଥିଲେ ସୁରଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More