Only for Entertainment

ପ୍ରତ୍ର୍ୟେକ ଦିନ ବଜାନ୍ତୁ ଶଙ୍ଖ, ଶରୀରକୁ ମିଳିବ ଏହି ସବୁ ଫାଇଦା ।

Getty Images
0 53

ଆପଣ ତ ଜାଣିଥିବେ ପୂଜା କରିବା ସମୟରେ ଶଙ୍ଖ ବଜାଇବା ଦ୍ୱାର ଭଗବାନ ପ୍ରଶନ୍ନ ହୋଇଥାନ୍ତି । ଶଙ୍ଖର ଶବ୍ଦ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଶଙ୍ଖ ଫୁଙ୍କିବା ଶରୀର ପାଇଁ କେତେ ଉପକାରୀ । ଶଙ୍ଖ ବଜାଇବା ବ୍ୟତିତ ଏଥିରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ସ୍କିନ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

  • କୁଞ୍ଚନ ଦୂର ହୋଇଥାଏ-
    ଯଦି ଆପଣଙ୍କ ଚେହେରାରେ କୁଞ୍ଚନ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଶଙ୍ଖ ବଜାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିପାରେ । ଶଙ୍ଖ ବଜାଇବା ଦ୍ୱାରା ମସଲ୍ସ ଟ୍ରେଚ ହୋଇଥାଏ ଏବଂ କୁଞ୍ଚନ କମିଯାଇଥାଏ ।
  • ଚିନ୍ତାରୁ ମୁକ୍ତି ଦେଇଥାଏ-
    ଶଙ୍ଖ ବଜାଇବା ଦ୍ୱାରା ଚିନ୍ତା ମଧ୍ୟ ଦୂର ହୋଇଥାଏ । ଶଙ୍ଖ ବଜାଇବା ଫଳରେ ମୁଣ୍ଡରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ମୁଣ୍ଡ ଶାନ୍ତ ରହିଥାଏ ।
  • ଗ୍ୟାସ ସମସ୍ୟା ଦୂର ହୋଇଥାଏ-
    ଶଙ୍ଖ ଫୁଙ୍କିବା ଫଳରେ ଆମ ଶରୀରର ଭିତର ଅଙ୍ଗ ଗୁଡିକର ଏକ୍ସରସାଇଜ ହୋଇଥାଏ ଏହା ସହିତ ଗ୍ୟାସ ପରି ସମସ୍ୟା ଦୂର ହୋଇଥାଏ ।
  • ଫୁସଫୁସ ପାଇଁ ଲାଭଦାୟକ –
    ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସର ମଧ୍ୟ ଏକ୍ସରସାଇଜ ହୋଇଥାଏ । ଏହା ଫୁସଫୁସକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ଶ୍ୱାସ ସହଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More