Only for Entertainment

ପ୍ରେଗ୍ନେଂସୀକୁ କିିଛି ଏଭଳି ଅନ୍ଦାଜରେ ଉପଭୋଗ କରୁଛନ୍ତି ସୁରଭିନ, ବେବି ବମ୍ପରେ କରାଇଲେ ଫଟୋସୁଟ !

38

ବଲିଉଡ ଅଭିନେତ୍ରୀ ସୁରଭିନ ଚାୱଲା ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି । ଏହାମଧ୍ୟରେ ସେ ନିଜ ପ୍ରେଗ୍ନେଂସୀ ଫଟୋସୁଟ କରାଇଛନ୍ତି । ନିକଟରେ ସେ ନିଜର ଫଟୋସୁଟର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଥିବା ଫଟୋରେ ସୁରଭିନ ନୀଳ ରଂଗର ଗାଉନ ପିନ୍ଧିଛନ୍ତି ।

ଏଥିରେ ସେ ଖୁବ ସୁନ୍ଦର ନଜର ଆସିଛନ୍ତି । ଫଟୋରେ ସେ ନିଜ ବେବି ବମ୍ପ ଫ୍ଲଂଟ କରୁଥିବାର ନଜର ଆସିଛନ୍ତି । ସୁରଭିନଙ୍କ ଏହି ଫଟୋ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ଏଠାରେ ଆମେ କହି ରଖୁଛୁ ଯେ ସୁରଭି ନିଜର କ୍ୟାରିଅର ଟିଭି ଶୋ’ କହିଁ ତୋ ହୋଗା’ରୁ ଆରମ୍ଭ କରିଥିଲେ । କିନ୍ତୁ ସୁରଭିନଙ୍କୁ ‘ହେଟ ଷ୍ଟୋରି୨’ରୁ ପରିଚୟ ମିଳିଥିଲା ।

ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୫ରେ ବୟଫ୍ରେଣ୍ଡ ଅକ୍ଷୟ ଠାକରେଙ୍କୁ ଗୁପ୍ତ ବିବାହ କରିଥିଲେ । ନିଜ ବିବାହ ବିଷୟରେ ୨୦୧୭ରେ ସମସ୍ତଙ୍କୁ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More