Only for Entertainment

ପ୍ରତି ତିନିଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପାଖକୁ ଆପତ୍ତିଜନକ ଓ ଅଶ୍ଳୀଳ ଏସ୍‌ଏମ୍‌ଏସ୍‌ ଓ କଲ୍‌ ଆସିଥାଏ : ସର୍ଭେ

weheartit
33

ଏକ ସର୍ଭେରୁ ଜଣାଯାଇଛି ଯେ ତିନିଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପାଖକୁ ଆପତ୍ତିଜନକ ଓ ଅଶ୍ଳୀଳ ଏସ୍‌ଏମ୍‌ଏସ୍‌ ଓ ଫୋନ୍‌ କଲ୍‌ ଆସିଥାଏ। ଏଭଳି ଅଭିଯୋଗ ସବୁଠାରୁ ଅଧିକ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆସିଥିବା ମଧ୍ୟ ଜଣାଯାଇଛି। ଏହି ତଥ୍ୟ ମୋବାଇଲ୍‌ ଆପ୍ଲିକେସନ୍‌ ଟ୍ରୁ କଲର୍‌ର ଏକ ସର୍ଭେରୁ ଜଣାଯାଇଛି।

୨୦୧୯ ଫେବୃଆରି ମାସରେ ଇପ୍ସାସ ରିସର୍ଚ୍ଚ ଅନୁଯାୟୀ ୫୨ ପ୍ରତିଶତ ମହିଳାଙ୍କ ପାଖକୁ ଅତି କମ୍‌ରେ ଥରେ ଏଭଳି ଖରାପ କଲ୍‌ ଓ ମେସେଜ୍‌ ଆସିଥିଲା। ଠିକ୍‌ ସେହିପରି ୪୭ ପ୍ରତିଶତ ମହିଳାଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଓ ଫଟୋ ମଧ୍ୟ ଆସୁଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଅବଶ୍ୟ ଏଭଳି ଘଟଣା ହ୍ରାସ ପାଇଛି ଏ ବର୍ଷ ବୋଲି ଏଥିରେ କୁହାଯାଇଛି।

୨୦୧୮ରେ ୭୮ ପ୍ରତିଶତ ମହିଳାଙ୍କ ପାଖକୁ ସପ୍ତାହରେ ଏଭଳି ଆପତ୍ତିଜନକ କଲ୍‌ ଓ ମେସେଜ୍‌ ଆସୁଥିଲା। ଅପରପକ୍ଷରେ ୮୨ ପ୍ରତିଶତ ମହିଳାଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଆସୁଥିଲା। ୨୦୧୯ରେ ଏହି ସର୍ଭେରେ ଦେଶର ୧୪ଟି ସହରର ୨,୧୫୦ ମହିଳାଙ୍କୁ ସାମିଲ କରାଯାଇଥିଲା,ଯେଉଁମାନଙ୍କର ବୟସ ୧୫ରୁ ୩୫ ବର୍ଷ ଭିତରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More