Only for Entertainment

ସୂରମୟୀଙ୍କୁ ମିଳିଲା ନୂଆ ଫିଲ୍ମର ଅଫର, ଜାଣନ୍ତୁ କ’ଣ ରହିଛି ଫିଲ୍ମର ନାଁ ।

Suryamayee Mohapatra fb
32

ଓଲିଉଡର ଜଣାଶୁଣା ନାୟିକା ସୂରମୟୀଙ୍କୁ ମିଳିଛି ଏକ ନୂଆ ସିନେମା । ଏହାର ଟାଇଟଲ ରହିଛି ‘କ୍ରେଜି-ଫୋର’ । ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ ।

ଏହା ଏକ କମେଡି ସିନେମା ବୋଲି କୁହାଯାଉଛି । ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନିଜଣ କ୍ରେଜି ଭୂମିକାରେ ଅଛନ୍ତି, ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ଟେଲି ଜଗତର ଜଣାଶୁଣା ଅଭିନେତା ସୁଭାଶିଷ ଶର୍ମା ଏବଂ ଓଲିଉଡର ଜଣାଶୁଣା ନାୟକ ଅଭିଷେକ । ‘କ୍ରେଜି ଫୋର’ର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ସମରାଜ । କେ. ରଂଜନ ଏହାର ପ୍ରଯୋଜନାରେ ଅଛନ୍ତି । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ ଚନ୍ଦ୍ରକାନ୍ତ ।

suryamayee

ସୂରମୟୀ ଓଲିଉଡରେ ‘ଲଭ ଇନ ଏୟାର’ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ, ମାତ୍ର ତାହା ମହୁରତ ପରେ ଅଟକି ଯାଇଥିଲା । ସୂରମୟୀଙ୍କର ପ୍ରଥମ ଫିଲ୍ମ ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’ । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ । ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ ଓ ‘ଶକ୍ତି’ ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ଏଥିମଧ୍ୟରୁ ପ୍ରଥମଟିରେ ଦୀପକ ଓ ଦ୍ୱିତୀୟଟିରେ କରଣଙ୍କ ବିପକ୍ଷରେ ନାୟିକା ବନିଥିଲେ ସୂରମୟୀ । ସଂପ୍ରତି ସୂରମୟୀଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା କ୍ରିଷ୍ଣା’ ରିଲିଜ ଅପେକ୍ଷାରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More