Only for Entertainment

ସୁଶାନ୍ତ ପଣ୍ଡା ଙ୍କ ନିର୍ଦ୍ଦେଶିତ ‘ଘୁବୁକୁଡୁ’ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ !

Times of India
33

ପଶ୍ଚିମ ଓଡିଶାର ସଂସ୍କୃତିକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ‘ଘୁବୁକୁଡୁ’ଅନ୍ତର୍ଜାତୀୟସ୍ତରରେ ପ୍ରଦର୍ଶିତ ଲାଗି ପ୍ରଥମ ଥର ଫିଲ୍ମ ନିର୍ମାତା ସେସନ(ୟୁକେ) ଓ ସର୍ଟ ଲଙ୍ଗ ୱାର୍ଲ୍ଡ ଫେଷ୍ଟିଭାଲ ଦ୍ୱାରା ମନୋନୀତ ହୋଇଛି । ସୁଶାନ୍ତ ପଣ୍ଡାଙ୍କ ରଚିତ ନିର୍ଦ୍ଦେଶିତ ତଥା ୱାଇ ଷ୍ଟାର ସିନେ ଓ ଟେଲିଭିଜନ ନିବେଦିତ ‘ଘୁବୁକୁଡୁରେ କିଛି ପାରମ୍ପରିକ କଳାକାରଙ୍କ ଜୀବନୀ ସଂଘର୍ଷକୁ ନିଖୁଣ ଭାବେ ଉପସ୍ଥାପନା କରାଯାଇଛି ।

ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ, ଯେଉଁମାନଙ୍କ କି ଅନ୍ୟ କିଛି ସ୍ୱପ୍ନ ନଥାଏ, କେବଳ ପେଟକୁ ଦାନା ଯୋଗାଇବା ପାଇଁ ଜୀବନ ମରଣ ଓ ସଂଘର୍ଷ କରୁଛନ୍ତି ତାହା ଏଥିରେ ପ୍ରଦର୍ଶିତ ହୋଇଛି । ଏଥିରେ ଡ. ପବିତ୍ର କୁମାର ଦଣ୍ଡସେନା, ଡେଜିନା ବେହେରା ଏବଂ ଶ୍ରୀଜିତ ଶୁଭଙ୍କର ରାୟଗୁରୁ ଅଭିନୟ କରିଛନ୍ତି । ସିନେମାଟୋଗ୍ରାଫର ଭାବେ କୁମାର ସାମସନ ଦାୟିତ୍ୱ ତୁଲାଇଥିବା ବେଳେ ସମ୍ପାଦନାରେ ଅମିତ କେ. କୌଶିକ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋର ଦେଇଛନ୍ତି ପଙ୍କଜ ଜାଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More